ଦୁବାଇରୁ ଫେରିଲେ କେନ୍ଦ୍ରାପଡ଼ା ଦାଦନ: ପ୍ରଶାସନ ଶୁଣିଲାନି, ଦେବଦୂତ ସାଜିଲେ ସମାଜସେବୀ

କେନ୍ଦ୍ରାପଡ଼ା: ଦଲାଲ କଥାରେ ଅଧିକ ରୋଜଗାର ଆଶାରେ ଯାଇ ଦୁବାଇରେ ବନ୍ଧା ପଡ଼ିଥିବା କେନ୍ଦ୍ରାପଡ଼ାର ଦାଦନ ଯୁବକ ଶେଷରେ ଭାରତ ଫେରିଛନ୍ତି। ତାଙ୍କୁ ଘରକୁ ଫେରାଇ ଆଣିବାରେ ପ୍ରଶାସନ ନୁହେଁ, ବର˚ ଜଣେ ସମାଜସେବୀ ଦେବଦୂତ ହୋଇ କାମ କରିଛନ୍ତି। ଯାଜପୁର ଜିଲ୍ଳା ବିଞ୍ଝାରପୁର ବ୍ଲକ୍‌ ବାଙ୍ଗରା ଗ୍ରାମର ଯୁବ ସମାଜସେବୀ ଅଜିତ୍‌ ଭୂୟାଁ(ବୁଲୁ) ହାତରୁ ଖର୍ଚ୍ଚ କରି ଟିକଟ୍‌ ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବା ପରେ ଦୁବାଇରେ ଫସି ରହିଥିବା ମହାକାଳପଡ଼ା ବ୍ଲକ୍‌ ପେଟଛେଲା ପ˚ଚାୟତ ବଜରପୁର ଗ୍ରାମର ଦାଦନ ଯୁବକ ଉମାକାନ୍ତ ସ୍ବାଇଁ ଭାରତ ଫରିବା ସମ୍ଭବ ହୋଇଛି। ଭୁବନେଶ୍ବରର ଏକ କ˚ପାନି ଜରିଆରେ ଉମାକାନ୍ତ ନଭେମ୍ବର ୬ତାରିଖରେ ଦୁବାଇ ଯାଇଥିଲେ। ଅଧିକ ରୋଜଗାରର ଆଶା ତାଙ୍କୁ ଦଲାଲ ଦେଖାଇଥିଲା। ହେଲେ ଦୁବାଇରେ ପହଞ୍ଚିବା ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ଯେଉଁ କ˚ପାନିରେ କାମ କରିବାକୁ କୁହାଯାଇଥିଲା, ସେଠାରେ ପହଞ୍ଚିବା ପରେ କ˚ପାନି ପରିବର୍ତ୍ତେ ଏକ ଠିକାଦାରଙ୍କ ଅଧିନରେ କାମ କରିବାକୁ କୁହାଗଲା। ଦୁଇ ତିନି ପରେ ଆଉ କାମ କରିବାକୁ ସୁଯୋଗ ଦିଆଗଲା ନାହିଁ। ଦୋକାନରୁ ରାସନ ଆଣିବା ବି ବନ୍ଦ କରି ଦିଆଗଲା। ପାସପୋର୍ଟ ବି କ˚ପାନି ଦେଲା ନାହିଁ। ଫଳରେ ଉମାକାନ୍ତ ସପ୍ତାହରୁ ଅଧିକ କାଳ ଗୋଟିଏ ଘରେ ବନ୍ଦୀ ଭାବେ ବିସ୍କୁଟ୍‌, ପାଣି ପିଇ ବ˚ଚିବା ସହିତ ଘରକୁ ଫେରିବା ପାଇଁ ପ୍ରଶାସନ ପାଖେ ଗୁହାରୀ କରିଥିଲେ।

ଏ ସ˚କ୍ରାନ୍ତରେ ଗତ ନଭେମ୍ବର ୨୯ତାରିଖରେ ‘ସମ୍ବାଦ’ରେ ‘କେନ୍ଦ୍ରାପଡ଼ାର ଦାଦନ ଦୁବାଇରେ ବନ୍ଧା’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। କିନ୍ତୁ ପ୍ରଶାସନ ଉମାକାନ୍ତଙ୍କୁ ଫେରାଇ ଆଣିବା ଦିଗରେ ଲେଶମାତ୍ର ପଦକ୍ଷେପ ନେଲା ନାହିଁ। ଏହି ଖବର ପଢ଼ି ଯାଜପୁର ଜିଲ୍ଳା ବିଞ୍ଝାରପୁର ବ୍ଲକ୍‌ ବାଙ୍ଗରା ଗ୍ରାମର ଅଜିତ୍‌ ଭୂୟାଁ(ବୁଲୁ) ଉମାକାନ୍ତଙ୍କ ପାଇଁ ସହାୟତାର ହାତ ବଢ଼ାଇଥିଲେ। ନିଜ ହାତରୁ ତାଙ୍କ ପାଇଁ ଟିକଟ୍‌ ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବା ପରେ ଉମାକାନ୍ତ ଭାରତ ଫେରିବା ସମ୍ଭବ ହୋଇଛି। ଉମାକାନ୍ତ କହିଛନ୍ତି ଯେ ତାଙ୍କ ଭଳି ଆହୁରି ଅନେକ ଯୁବକ ଏଭଳି ଫସିଛନ୍ତି। କ˚ପାନି ପାସପୋର୍ଟ ଦେଉ ନ ଥିବାରୁ ସେମାନେ ଘରକୁ ଫେରିବାକୁ ଚାହିଁ ମଧୢ ଆସିପାରୁନାହାନ୍ତି। ଗୋତି ଶ୍ରମିକ ଭଳି ସେଠାରେ ଖଟୁଥିବା ବେଳେ ପ୍ରାପ୍ୟ ଠିକ୍‌ ମିଳୁ ନ ଥିବା ଉମାକାନ୍ତ ଅଭିଯୋଗ କରିବା ସହିତ ଦଲାଲ କଥାକୁ ଏଠାରେ ବିଶ୍ବାସ କରନ୍ତୁ ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସମାଜସେବୀ ଶ୍ରୀ ଭୂୟାଁ କହିଛନ୍ତି ଯେ ଜଣେ ଓଡ଼ିଆ ଯୁବକ ଦୁବାଇରେ ବନ୍ଧା ପଡ଼ିଥିବା ଖବର ପଢ଼ିବା ପରେ ମନ ଭାରି ଆନ୍ଦୋଳିତ ହୋଇଥିଲା। ତାକୁ ଉଦ୍ଧାର କରିବାକୁ ମନସ୍ଥ କରି ଉଦ୍ୟମ ଆରମ୍ଭ କରି ଦେଇଥିଲେ। ଏବେ ସେ ଫେରି ଆସିଥିବାରୁ ମନକୁ ଭାରି ଅତ୍ମସନ୍ତୋଷ ମିଳୁଥିବା ଶ୍ରୀ ଭୂୟାଁ କହିଛନ୍ତି।

ସମ୍ବନ୍ଧିତ ଖବର