୫୮୦୦ ହିତାଧିକାରୀଙ୍କ ସର୍ଭେ ଆରମ୍ଭ

ଜୟପୁର: ଜୟପୁର ପୌରାଞ୍ଚଳର ୫୮୦୦ଜଣ ଭତ୍ତା ପାଉଥିବା ହିତାଧିକାରୀଙ୍କ ସର୍ଭେ ଆଜି ଠାରୁ ଆରମ୍ଭ ହୋଇଛି। ଆଜି ପୌରପାଳିକାର କର୍ମଚାରୀ ମାନେ ଘରକୁ ଘର ବୁଲି ସର୍ଭେ ଆରମ୍ଭ କରିଥିଲେ। ୫ଟି ଟିମ୍ ସର୍ଭେ କରୁଥିବା କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ।

ସମସ୍ତ ହିତାଧିକାରୀଙ୍କ ସହ ସେଲଫି ସହ ବ୍ୟକ୍ତିଗତ ଫଟୋ ସର୍ଭେ କରୁଥିବା କର୍ମଚାରୀ ମାନେ ଉଠାଇ ଅଫଲୋଡ କରିବାକୁ ନି‌ର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ।

ସମ୍ବନ୍ଧିତ ଖବର