ଗୁରୁବାର ମା’ ତାରିଣୀଙ୍କ ଆଷାଢ଼ୀ ପର୍ବ

ଘଟଗାଁ,: କେନ୍ଦୁଝରର ଆରାଧ୍ୟ୍ୟ ଦେବୀ ମା’ ତାରିଣୀଙ୍କ ପ୍ରସିଦ୍ଧ ଆଷାଢ଼ୀ ପର୍ବ ଆସନ୍ତା ୧୩ ତାରିଖ ଗୁରୁବାର ପାଳିତ ହେବ। ଏଥିପାଇଁ ଟ୍ରଷ୍ଟବୋର୍ଡ ପକ୍ଷରୁ ପ୍ରସ୍ତୁତି ଚାଲିଛି। ପ୍ରଚଳିତ ପ୍ରଥା ଅନୁଯାୟୀ, ଆଷାଢ଼ୀ ପର୍ବ ଦିନ ମା’ ତାରିଣୀଙ୍କ ମନ୍ଦିର ଓ ପୀଠ ପରିସରରେ ଥିବା ଦୁଆରଶୁଣୀ ମନ୍ଦିର ଦିନତମାମ ବନ୍ଦ ରହିବ। ମା’ଙ୍କ ପୂଜାର୍ଚ୍ଚନା ହେବ ନାହିଁ। ସନ୍ଧ୍ୟା  ୭ଟା ପରେ ମା’ଙ୍କ ପହଡ଼ ଖୋଲିବ। ରାତି ୧୦ଟା ପର୍ଯ୍ୟନ୍ତ ସମସ୍ତ ପୂଜାବିଧି ଚାଲିବ ବୋଲି ଜଣାପଡ଼ିଛି। ଆଷାଢ଼ ମାସର ଶେଷ ଗୁରୁବାର ଦିନ ମା’ ତାରିଣୀଙ୍କ ଆଷାଢ଼ୀ ପର୍ବ ପାଳନ କରାଯାଇଥାଏ।

ଏହିଦିନ ମା’ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଙ୍ଗଳ ଓ ଭଲ ଚାଷବାସ ପାଇଁ ଦିନତମାମ ଉପବାସ ରହିଥାନ୍ତି ବୋଲି କିଂବଦନ୍ତି ରହିଛି। ତେଣୁ ଦିନବେଳା ମନ୍ଦିର ସମ୍ପୂର୍ଣ ବନ୍ଦ ରହିଥାଲ। ବିଳମ୍ବିତ ରାତିରେ ମା’ ବନଦେବୀଙ୍କ ଗୁପ୍ତ ପୂଜା ହୋଇଥାଏ।

ସମ୍ବନ୍ଧିତ ଖବର