ଫରାସୀ ମୂଳର ଇ˚ରେଜୀ ଶବ୍ଦ ‘ଡେଜା ଭୁ’ ସହିତ ସମ୍ପୂର୍ଣ୍ଣ ଭାବରେ ମେଳ ଖାଉଥିବା ଗୋଟିକିଆ ଶବ୍ଦଟିଏ ଓଡ଼ିଆରେ ମିଳିବା କଷ୍ଟକର ହୋଇଥାଏ। ଅତୀତର କୌଣସି ଏକ ଘଟଣା ଯେଉଁ ଭଳି ଅନୁଭବ ସୃଷ୍ଟି କରିଥିଲା, ବର୍ତ୍ତମାନର କୌଣସି ଏକ ଘଟଣା ଠିକ୍ ସେଇଭଳି ଅନୁଭବ ସୃଷ୍ଟି କରିବା ଅବସ୍ଥା ସୂଚାଇବା ପାଇଁ ଏହି ‘ଡେଜା ଭୁ’ ଶବ୍ଦ ବ୍ୟବହାର କରାଯାଇଥାଏ। ରବିବାର ଦିନ ପଡେ଼ାଶୀ ଦେଶ ଶ୍ରୀଲଙ୍କାରେ ଘଟିଥିବା ଆତଙ୍କବାଦୀ ନରସ˚ହାର ପର୍ଯ୍ୟବେକ୍ଷକମାନଙ୍କ ଠାରେ ଯେଉଁଭଳି ଏହି ‘ଡେଜା ଭୁ’ ସୃଷ୍ଟି କରିଥାଏ, ସାମ୍ପ୍ରତିକ ଦୁନିଆର ଖୁବ୍ କମ୍ ଘଟଣା ତାହା କରିଥାନ୍ତି।
ଏହି ରବିବାର ଥିଲା ଖ୍ରୀଷ୍ଟଧର୍ମାବଲମ୍ବୀ ମାନଙ୍କର ଅତ୍ୟନ୍ତ ପବିତ୍ର ପର୍ବର ଦିନ, ଇଷ୍ଟର୍ ସନ୍ଡେ। ଆକ୍ରମଣର ଲକ୍ଷ୍ୟସ୍ଥଳ ଚର୍ଚ୍ଚ ତିନିଟିରେ ସେଦିନ ପ୍ରାର୍ଥନା କରିବାପାଇଁ ସେମାନଙ୍କର ଭିଡ଼ ଜମିଥିଲା। ସେଇ ସମୟରେ ତିନିଟି ଯାକ ଚର୍ଚ୍ଚରେ ସ˚ଯୋଜିତ ଭାବରେ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟି ଶତାଧିକ ଉପାସନାକାରୀଙ୍କର ପ୍ରାଣହାନି ଘଟିଥିଲା। ଏହାବାଦ୍ ତିନିଟି ବିଳାସପୂର୍ଣ୍ଣ ହୋଟେଲ୍ ଓ ଅନ୍ୟ କେତେକ ସ୍ଥାନରେ ବୋମା ବିସ୍ଫୋରଣ ଘଟି ସେଦିନ ମୋଟ ୨୯୦ ଜଣ (ଏହା ଲେଖା ହେବା ବେଳକୁ) ପ୍ରାଣ ହରାଇଥିଲେ ଏବ˚ ପ୍ରାୟ ୫୦୦ରୁ ଅଧିକ ଗୁରୁତର ଭାବରେ ଆହତ ହୋଇଥିଲେ। ଉପାସନାସ୍ଥଳୀରେ ଆକ୍ରମଣ କରି, ଏପରି ଗଣହତ୍ୟା କରିବାର ଯେଉଁ ଅନୁରୂପ ଘଟଣାଟି ଜନମାନସରେ ସବୁଠାରୁ ଅଧିକ ତାଜା ହୋଇ ରହିଥିବ, ତାହା ହେଉଛି ପ୍ରାୟ ମାସକ ତଳେ ମାର୍ଚ୍ଚ ୧୫ ତାରିଖରେ ନିଉଜଲାଣ୍ତ୍ର କ୍ରାଏଷ୍ଟଚର୍ଚ୍ଚସ୍ଥିତ ଏକ ମସ୍ଜିଦରେ ପ୍ରାର୍ଥନାକାରୀଙ୍କ ଉପରେ ଜଣେ ଇସ୍ଲାମ-ବିରୋଧୀ, ଶ୍ବେତକାୟ ଆଧିପତ୍ୟ-ବିଶ୍ବାସୀ ଯୁବକର ଆକ୍ରମଣ, ଯେଉଁଥିରେ ୫୦ ଜଣଙ୍କର ପ୍ରାଣହାନି ଘଟିଥିଲା। ତେବେ ଯଦି ଇଷ୍ଟର ଆକ୍ରମଣର ନଜରି ଖୋଜାଯାଏ, ତାହେଲେ ଶ୍ରୀଲଙ୍କା ଆକ୍ରମଣ ସହିତ ଯେଉଁ ଆତଙ୍କବାଦୀ ଆକ୍ରମଣ ଅଧିକ ମେଳ ଖାଇ ଥାଏ ତାହା ହେଲା ୨୦୧୭ରେ ଇଜିପ୍ଟରେ ହୋଇଥିବା ଆକ୍ରମଣ, ଯେଉଁଥିରେ ୪୫ ଜଣ ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କର ଏବ˚ ୨୦୧୬ରେ ପାକିସ୍ତାନର ଲାହୋର୍ରେ ହୋଇଥିବା ଆକ୍ରମଣ, ଯେଉଁଥିରେ ୭୫ ଜଣ ସେଇ ଧର୍ମାବଲମ୍ବୀମାନଙ୍କର ହତ୍ୟା ଘଟିଥିଲା।
କିନ୍ତୁ ଯଦି ଏକାଧିକ ଲକ୍ଷ୍ୟସ୍ଥଳୀ ଉପରେ ସୁସ˚ଯୋଜିତ ଆକ୍ରମଣ ରଚନା କରାଯାଇ ଶତାଧିକ ନିରୀହ ଲୋକଙ୍କର ପ୍ରାଣନାଶକୁ ବିଚାରକୁ ନିଆଯାଏ, ତେବେ ଶ୍ରୀଲଙ୍କା ଆକ୍ରମଣ ସହିତ ଅନ୍ୟ ଯେଉଁ ଏକ ଆକ୍ରମଣ ଶୃଙ୍ଖଳାର ସର୍ବାଧିକ ସାଦୃଶ୍ୟ ଥାଏ, ତାହା ହେଉଛି ୨୦୦୮ରେ ମୁମ୍ବାଇରେ ପାକିସ୍ତାନୀ ଆତଙ୍କବାଦୀ ସ˚ଗଠନ ‘ଲସ୍କର୍ ଏ ତାଇବା’ ଦ୍ବାରା ରଚିତ ଆକ୍ରମଣମାନ ଯେଉଁଥିରେ ୧୬୬ ଜଣଙ୍କୁ ହତ୍ୟା କରାଯାଇଥିଲା ଓ ଶତାଧିକ ଆହତ ହୋଇଥିଲେ। ତେବେ ଆମ ସମୟରେ ଏ ଗୁଡିକ ଅଧିକ ଦୃଷ୍ଟି ଆକର୍ଷଣକାରୀ ଆତଙ୍କବାଦୀ ଆକ୍ରମଣ ହୋଇଥିଲେ ହେଁ, ଚରମମନ୍ଥୀମାନେ ବର୍ତ୍ତମାନ ଚଳାଇଥିବା ହି˚ସାର ତାଣ୍ତବ ଏଇ କେତୋଟି ଉଦାହରଣ ମଧୢରେ ସୀମିତ ନୁହେଁ। ଏଇ ମାତ୍ର ଗତ ସପ୍ତାହରେ ପଶ୍ଚିମ ପାକିସ୍ତାନରେ ଇରାନ୍ରୁ ଅନୁପ୍ରବେଶ କରିଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ୧୪ ଜଣ ପାକିସ୍ତାନୀ ନିରାପତ୍ତାରକ୍ଷୀଙ୍କର ପ୍ରାଣହାନି ଘଟିଥିଲା। ତା’ ପୂର୍ବରୁ ଏଇ ଏପ୍ରିଲରେ ପାକିସ୍ତାନର କ୍ବେଟାଠାରେ ସିଆମାନଙ୍କ ଉପରେ ‘ଇସ୍ଲାମିକ୍ ଷ୍ଟେଟ୍’ (ଆଇଏସ୍)ର ଜିହାଦୀମାନେ କରିଥିବା ଆକ୍ରମଣ ପାକିସ୍ତାନ ବାହାରେ ବେଶୀ ପ୍ରଚାର ଲାଭ କରି ନାହିଁ। ଗତ ଶୁକ୍ରବାର ଦିନ ଇସ୍ଲାମୀୟ ଆତଙ୍କବାଦୀମାନଙ୍କ ଖେଳ ପଡ଼ିଆରେ ପରିଣତ ହୋଇଥିବା ଆଫଗାନିସ୍ତାନର କାବୁଲଠାରେ ବିଭିନ୍ନ ସରକାରୀ ଅନୁଷ୍ଠାନ ମାନଙ୍କ ଉପରେ ସେମାନେ ଆକ୍ରମଣ କରିଥିଲେ। ସେଇ ରବିବାର ଦିନ ଶ୍ରୀଲଙ୍କାରେ ଘଟିଥିବା ଆକ୍ରମଣ ପୃଥିବୀକୁ ସ୍ତବ୍ଧ କରି ଦେବା ପରେ ଆଫ୍ରିକାର ମାଲି, ମଧୢପ୍ରାଚ୍ୟର ଇରାକ୍ ଓ ସାଉଦୀ ଆରବରେ ମଧୢ ଆତଙ୍କବାଦୀ ଆକ୍ରମଣମାନ ଘଟିଥିବା ପ୍ରକାଶ ପାଇଥିଲା। ନିକଟ ଅତୀତରେ ଭାରତରେ ନିରାପତ୍ତା ବାହିନୀ ଉପରେ ଘଟିଥିବା ପୁଲ୍ଵାମା ଆକ୍ରମଣ ଏପରି ସୁବିଦିତ ଯେ ତା’ର ଉଲ୍ଲେଖ ନିଷ୍ପ୍ରୟୋଜନ। ଏଠାରେ କିନ୍ତୁ ଯାହା ଉଲ୍ଲେଖଯୋଗ୍ୟ, ତାହା ହେଲା ଏ ସମସ୍ତ ଆତଙ୍କବାଦୀ ଆକ୍ରମଣର ଲକ୍ଷ୍ୟ ଭିନ୍ନ ଭିନ୍ନ ହୋଇଥିଲେ ହେଁ ଏହି ଗୋଷ୍ଠୀମାନେ ସମୟକ୍ରମେ ପରସ୍ପରର ଆକ୍ରମଣ କୌଶଳକୁ ଅନୁକରଣ କରି ଆଗେଇ ନେଇଥାନ୍ତି। ଆଲକାଏଦା, ଆଲ୍ନୁସ୍ରା, ଆଲ୍ସବାବ୍, ତାଲିବାନ୍, ଆଇଏସ୍........ଏମାନେ ସମସ୍ତେ ହେଉଛନ୍ତି ପରସ୍ପରର ସ˚ହାର କୌଶଳର ବାହକ।
ଶ୍ରୀଲଙ୍କା ମଧୢ ଆତଙ୍କବାଦ ସହିତ ଅପରିଚିତ ନୁହେଁ। ପ୍ରାୟ ତିନିଦଶନ୍ଧି ଧରି ଏଲ୍ଟିଟିଇ ଆତଙ୍କବାଦରେ ପ୍ରାୟ ୭୦,୦୦୦ ଲୋକଙ୍କ ଜୀବନନାଶ ଘଟିବା ପରେ ଦଶ ବର୍ଷ ତଳେ ୨୦୦୯ରେ ସେଥିରେ ଅନ୍ତ ଘଟିଥିଲା। ତା’ପରଠାରୁ ସେଠାରେ ଏପରି ଏକ ନରମେଧ ଯଜ୍ଞ ଦେଖାଯାଇ ନଥିଲା। ଶ୍ରୀଲଙ୍କାର ଦୁୁଇ କୋଟିରୁ ସାମାନ୍ୟ ଅଧିକ ଜନସ˚ଖ୍ୟାରେ ବୌଦ୍ଧ ଧର୍ମୀବଲମ୍ବୀମାନେ ହେଉଛନ୍ତି ସ˚ଖ୍ୟାଗରିଷ୍ଠ (୭୦%), ମୁସଲମାନ ହେଉଛନ୍ତି ପ୍ରାୟ ୧୦% ଓ ଖ୍ରୀଷ୍ଟିଆନ୍ ପ୍ରାୟ ୮%। କିନ୍ତୁ ଏହି କ୍ଷୁଦ୍ର ଜନସ˚ଖ୍ୟା ସତ୍ତ୍ବେ ୨୦୧୬ରେ ଶ୍ରୀଲଙ୍କା ସରକାର ପ୍ରକାଶ କରିଥିଲେ ଯେ ସେ ଦେଶରୁ ୩୨ ଜଣ ମୁସଲମାନ ଯାଇ ‘ଆଇଏସ୍’ରେ ଯୋଗ ଦେଇଛନ୍ତି। ସିରିଆ ଏବ˚ ଇରାକରେ ‘ଆଇଏସ୍’ର ପତନ ଘଟିବା ପରେ ସେଇ ଦୁର୍ଦ୍ଦର୍ଷ ଧର୍ମାନ୍ଧ ସ˚ଗଠନର ସଦସ୍ୟମାନଙ୍କ ମଧୢରୁ ଅନେକ ବିଭିନ୍ନ ଦେଶକୁ ପଳାୟନ କରିଛନ୍ତି। ନିଉଜିଲାଣ୍ତରେ ମସଜିଦ୍ ଉପରେ ହୋଇଥିବା ଆକ୍ରମଣ ଏମାନଙ୍କ ମଧୢରେ ପ୍ରତିହି˚ସାର ନିଆଁ ଜଳାଇ ଚାଲିଥିବ। ବାସ୍ତବରେ କ୍ରାଏଷ୍ଟ୍ ଚର୍ଚ୍ଚ ଆକ୍ରମଣ ପରେ ପରେ ‘ଆଇଏସ୍’ର ମୁଖପାତ୍ର ଆବୁହାସାନ୍ ଆଲ୍-ମୁହାଜିର ପ୍ରାୟ ଛ’ ମାସର ନିରବତା ଭଙ୍ଗ କରି ଏକ ୪୪ ମିନିଟ୍ ବ୍ୟାପୀ ଅଡିଓ ରେକର୍ଡି˚ ମାଧୢମରେ ‘ଆଇଏସ୍’ ସମର୍ଥକମାନଙ୍କୁ ସେମାନଙ୍କ ‘ଧର୍ମ ପାଇଁ ପ୍ରତିଶୋଧ ନେବା’ ପାଇଁ ଆହ୍ବାନ ଦେଇଥିଲା। ଏପରି ସମର୍ଥକମାନେ ‘ଆଇଏସ୍’ର ସଦସ୍ୟ ହୋଇପାରନ୍ତି ବା ଅନ୍ୟ କୌଣସି ଇସ୍ଲାମୀୟ ମୌଳବାଦୀ ସ˚ଗଠନର ସଦସ୍ୟ ହୋଇପାରନ୍ତି।
‘ଆଇଏସ୍’ର ମୂଳତତ୍ତ୍ବ ହେଲା ମୁସଲମାନ ଓ ଅଣମୁସଲମାନ ଏକତ୍ର ବାସ କରିପାରିବେ ନାହିଁ ଏବ˚ ସାରା ଦୁନିଆକୁ ଏକ ଇସ୍ଲାମୀୟ ଖଲିଫା ଶାସିତ ‘ଉମ୍ମା’ରେ ପରିଣତ କଲେ ଆଉ ଏ ଅସୁବିଧା ରହିବ ନାହିଁ। କ୍ରାଏଷ୍ଟ୍ ଚର୍ଚ୍ଚ ମସ୍ଜିଦ୍ ଆକ୍ରମଣ ସେମାନଙ୍କୁ ଏହି ପଥରେ ଆଗେଇ ଯିବା ପାଇଁ ପ୍ରତିଶୋଧ ଭଳି ଯେଉଁ ଶକ୍ତିଶାଳୀ ପ୍ରେରଣା ଯୋଗାଇ ଦେଇଥିଲା ଶ୍ରୀଲଙ୍କାରେ ଘଟିଥିବା ଇଷ୍ଟର୍ ଆକ୍ରମଣ ଯେ ତାହାର ପରିଣାମ ନୁହେଁ, କିଏ କହିବ? ୨୦୧୬ରେ ମଧୢ ପ୍ରକାଶ ପାଇଥିଲା ଯେ ଭାରତୀୟ ‘ଆଇଏସ୍’ ସଦସ୍ୟମାନଙ୍କର ଶ୍ରୀଲଙ୍କା ସହିତ ଘନିଷ୍ଠ ସମ୍ପର୍କ ରହିଛି। ଶ୍ରୀଲଙ୍କା ଆକ୍ରମଣ ପରେ ଭାରତକୁ ସର୍ବାଧିକ ସମ୍ଭବ ସତର୍କତା ଅବଲମ୍ବନ କରିବା ବାଧୢତାମୂଳକ ହୋଇପଡ଼ିଛି।