ଜେଏନ୍‌ୟୁରେ ପ୍ରଦର୍ଶିତ ହେବ ୭୨ ହୂରେଁ

ଆସନ୍ତା ୭ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଥିବା ‘୭୨ ହୁରେଁ’ ଚଳଚ୍ଚିତ୍ରକୁ ନେଇ ବିବାଦ ଘନେଇବାରେ ଲାଗିଛି। ପ୍ରେକ୍ଷାଳୟରେ ମୁକ୍ତିଲାଭ ପୂର୍ବରୁ ଏହି ଚଳଚ୍ଚିତ୍ରକୁ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ)ରେ ପ୍ରଦର୍ଶିତ କରିବା ଲାଗି ଚଳଚ୍ଚିତ୍ର ନିର୍ମାତାଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆସନ୍ତା ୪ ତାରିଖରେ ବିଶ୍ବବିଦ୍ୟାଳୟ ପରିସରରେ ଏହାକୁ ପ୍ରଦର୍ଶିତ କରାଯିବ। ନିର୍ମାତାଙ୍କ ପକ୍ଷରୁ କୁହାଯାଇଛି ଯେ ଜେଏନ୍‌ୟୁରେ ପଢୁଥିବା କାଶ୍ମୀରୀ ମୁସଲମାନ ଓ ଅନ୍ୟ ଛାତ୍ରଛାତ୍ରୀ ଚଳଚ୍ଚିତ୍ରଟିକୁ ଦେଖିବା ପରେ ନିଜର ମତାମତ ଓ ପ୍ରତିକ୍ରିୟା ପ୍ରକାଶ କରିପାରିବେ।

The Kashmir Pulse

ସଞ୍ଜୟ ପୂରନ ସିଂହ ଚୌହାନଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ଆତଙ୍କବାଦୀ ଶିବିରଗୁଡ଼ିକର ବୀଭତ୍ସ ବାସ୍ତବତା ଦେଖିବାକୁ ମିଳିବ ବୋଲି କୁହାଯାଉଛି। ଅତୀତରେ ଜେଏନ୍‌ୟୁରେ ଅନେକ ବିବାଦୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିବାରୁ ‘୭୨ ହୁରେଁ’ ଜେଏନ୍‌ୟୁ ପରିବେଶକୁ ଆହୁରି ବିଭାଜିତ କରିଦେବାର ଆଶଙ୍କା ରହିଛି। ଇତିମଧ୍ୟରେ କେତେକ କାଶ୍ମୀରୀ ରାଜନୈତିକ ଦଳ ଏହାର ମୁକ୍ତିଲାଭକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର