‘ତୋର ଅନ୍ତିମ ସତ୍କାର ଯେପରି ମୋତେ କରିବାକୁ ନପଡ଼େ’: ପୁଅକୁ ଏପରି କହିଥିଲେ ଆଦ୍‌ନାନ୍‌ ସାମୀଙ୍କ ବାପା

ମୁମ୍ବାଇ: କଣ୍ଠଶିଳ୍ପୀ ଆଦ୍‌ନାନ୍‌ ସାମୀଙ୍କ ଓଜନ ପୂର୍ବରୁ ୨୫୦ କିଲୋ ଥିଲା ବୋଲି ଆପଣ ନିଶ୍ଚୟ ଜାଣିଥିବେ। ମାତ୍ର ସେ ଲଗାତାର ଭାବେ ନିଜର ଓଜନ ହ୍ରାସ କରି ଚାଲିଛନ୍ତି। ଏଇ କିଛି ଦିନ ପୂର୍ବେ ସେ ପ୍ରାୟ ୧୩୦ କିଲୋ ଓଜନ କମାଇଛନ୍ତି । ଆଦ୍‌ନାନ୍‌ ଏତେ ଅଧିକ ଓଜନ ହ୍ରାସ କରି ସେ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।  ଓଜନ ହ୍ରାସ ପରେ ଆଦ୍‌ନାନ୍‌ ଯେତେବେଳେ ଲୋକଙ୍କ ସାମ୍ନାକୁ ଆସିଲେ ତ ଲୋକ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଲା।

ସେ କିଛି ଦିନ ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଏକ ଫଟୋ ପୋଷ୍ଟ୍‌ କରିଛନ୍ତି। ଫଟୋରେ ସେ ଏକଦମ୍‌ ଆକର୍ଷଣୀୟ ଦିଶୁଛନ୍ତି। ଆଦ୍‌ନାନ୍‌ ଏହି ଫଟୋରେ ପୂରା ପତଳା ଦିଶୁଛନ୍ତି। ସେ ଫଟୋରେ ସବୁଜ ରଂଗର ଏକ ହାଫ୍‌ ଟି-ସାର୍ଟ ପିନ୍ଧିଛନ୍ତି। ଏଥିସହ ଆକର୍ଷଣୀୟ ସନ୍‌ଗ୍ଲାସ୍‌ ବି ପିନ୍ଧିଥିବା ଦେଖିବାକୁ ମିଳିଛନ୍ତି। ଫଟୋ‌‌ରେ ଖୁବ୍‌ ନିଆରା ବି ଦିଶୁଛନ୍ତି ଆଦ୍‌ନାନ୍।

ନିଜର ଓଜନ ବୃଦ୍ଧିକୁ ନେଇ ଥରେ ଏକ ସାକ୍ଷାତ୍‌କାରରେ ଆଦ୍‌ନାନ କହିଥିଲେ, ‘ଥରେ ମୋ ବାପା ମୋତେ କହିଥିଲେ କି ଦୟାକରି ତୁ କିଛି କର। ତୋର ଶେଷ ସତ୍କାର ଯେପରି ମୋତେ କରିବାକୁ ନପଡ଼େ। କାରଣର ତାଙ୍କର ଭୟ ଥଲା ଯେ ମୋ ଓଜନ ବୃଦ୍ଧି ମୋ ମୃତ୍ୟୁର କାରଣ ବନିପାରେ।’

ଡାକ୍ତର ବି ଆଦ୍‌ନାନଙ୍କୁ ୬ ମାସ ସମୟ ଦେଇଥିଲେ। କହିଥିଲେ ଯଦି ସେ ନିଜ ଜୀବନଶୈଳୀ ନବଦଳାନ୍ତି ସେ ମରିଯିବେ । ତା’ପରେ ସେ ନିଜ ଓଜନ କମାଇବାକୁ ଚିନ୍ତା କଲେ ଓ ନିଜ ଜୀବନ ଶୈଳୀକୁ ବଦଳାଇ ଏକଦମ ପତଳା ହୋଇଗଲେ।

ସମ୍ବନ୍ଧିତ ଖବର