ଜାକଲିନ ମୋତେ ମାଗୁନଥିଲେ, ମୁଁ ତାଙ୍କୁ ଭଲ ପାଉଥିବାରୁ ନିଜ ଇଚ୍ଛାରେ ଉପହାର ଦେଉଥିଲି: ସୁକେଶ ଚନ୍ଦ୍ରଶେଖର

ମୁମ୍ବାଇ: ଶହଶହ କୋଟି ଟଙ୍କାର ଅର୍ଥ ହେରଫେର ଓ ଠକେଇ ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରଙ୍କ ସହ ଫଟୋ ଭାଇରାଲ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନଜରକୁ ଆସିଥିଲେ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ। ଦୁହିଁଙ୍କ ସଂପର୍କକୁ ନେଇ ଚର୍ଚ୍ଚା ହୋଇଥିବା ବେଳେ ଦୁହିଁଙ୍କ ଅନ୍ତରଙ୍ଗ ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଏବେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁକେଶ। ନିଜ ଓକିଲଙ୍କ ଜରିଆରେ ସେ ଲେଖିଥିବା ଚିଠି ଦେବା ସହ ଜାକଲିନଙ୍କ ସହ ତାଙ୍କ ଫଟୋ ଭାଇରାଲ ନେଇ ସେ ଖୁସି ନଥିବା କହିଛନ୍ତି।

ତାଙ୍କ କହିବା ମୁତାବକ, ବ୍ୟକ୍ତିଗତ ଫଟୋ ଯେପରି ଭାବେ ଭାଇରାଲ ହୋଇଛି, ଏହା ଅତ୍ୟନ୍ତ ଦୁଃଖଦାୟକ। ଗତ ସପ୍ତାହରେ ମୁଁ ଏ ବିଷୟରେ ଜାଣିବାକୁ ପାଇଲି। ଜାକଲିନ୍‌ଙ୍କ ସହ ମୋ ଫଟୋକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଜାକଲିନଙ୍କ ଭାବମୂର୍ତ୍ତିକୁ ଏଭଳି ନଷ୍ଟ କରନ୍ତୁ ନାହିଁ। କାରଣ ଏହା ତାଙ୍କ ପାଇଁ ସହଜ ନୁହେଁ। ଯିଏ ମୋତେ ବିନା ସ୍ୱାର୍ଥରେ ଭଲ ପାଇଛନ୍ତି, ତାଙ୍କ ସହ ଏଭଳି ହେବା ଠିକ ନୁହେଁ। ମୁଁ ପୂର୍ବରୁ କହିସାରିଛି ଯେ ଅର୍ଥ ହେରଫେର ମାମଲାରେ ଜାକଲିନଙ୍କର କୌଣସି ସଂପର୍କ ନାହିଁ। ଜଣେ ପ୍ରେମିକ ହିସାବରେ ମୁଁ ଜାକଲିନ୍ ଏବଂ ତାଙ୍କ ପରିବାର ପାଇଁ ସବୁ କରିଥିଲି ଏବଂ ତାଙ୍କୁ ଉପହାର ଦେଇଥିଲି। ସେ ମୋତେ କିଛି ମାଗିନଥିଲେ।

Jacqueline Fernandez summoned for questioning in money laundering case

ତେବେ ସୁକେଶ ବାରମ୍ବାର ଜାକଲିନଙ୍କ ସହ ପ୍ରେମ ସଂପର୍କରେ ଥିବା କଥା କହୁଥିଲେ ବି ଜାକଲିନ ବାରମ୍ବାର ଏହାକୁ ଅସ୍ବୀକାର କରିଆସିଛନ୍ତି।

ସମ୍ବନ୍ଧିତ ଖବର