’ଧୁମ୍‌’ ଚଳଚ୍ଚିତ୍ରରେ ବିକିନି ପିନ୍ଧିବାକୁ ହେମା ମାଳିନୀଙ୍କୁ ଡରି ଡରି ଅନୁମତି ମାଗିଥିଲେ ଈଶା ଦେଓଲ, ଏପରି ଥିଲା ମାଆଙ୍କ ଜବାବ

ମୁମ୍ବାଇ: ୭୦-୮୦ ଦଶକର ଲୋକପ୍ରିୟ ନାୟିକା ହେମା ମାଳିନୀ ବଲିଉଡ୍‌ରେ ତାଙ୍କର ସ୍ବତନ୍ତ୍ର ଛାପ ଛାଡ଼ିଥିବା ବେଳେ ମାଆଙ୍କ ପରି ବଲିଉଡ୍‌ରେ ନିଜର ଭାଗ୍ୟ ପରୀକ୍ଷା କରିବାର ଉଦ୍ୟମ କରିଥିଲେ ଈଶା ଦେଓଲ। ଯଦିଓ ସେ ହେମାଙ୍କ ପରି ସେତେଟା ନାମ କମାଇ ପାରିଲେନି, ତଥାପି ବି ଦର୍ଶକଙ୍କୁ କିଛି ଭଲ ଚଳଚ୍ଚିତ୍ର ଉପହାର ଦେଇଛନ୍ତି। ଈଶାଙ୍କୁ ଆପଣ ‘ଧୁମ୍‌’ ଚଳଚ୍ଚିତ୍ରରେ ବେଶ୍‌‌ ବୋଲ୍‌ଡ ଅନ୍ଦାଜରେ ଦେଖିଥ‌ିବେ। ହେଲେ ଏହା ପଛରେ ଥିବା କାହାଣୀକୁ ହୁଏତ ଜାଣିନଥିିବେ। ଯାହାକୁ ଗଣମାଧ୍ୟମରେ ସେୟାର କରିଛନ୍ତି ଈଶା।

ଈଶାଙ୍କୁ ଯେତେବେଳେ ଫିଲ୍ମରେ ବିକିନି ପିନ୍ଧିବାକୁ କୁହାଯାଇଥିଲା ସେ ନିଷ୍ପତ୍ତି ଶୁଣାଇବାକୁ ନିର୍ଦ୍ଦେଶକଙ୍କୁ ଗୋଟାଏ ଦିନ ସମୟ ମାଗିଥିଲେ। ସେ ସେହି ଗୋଟାଏ ଦିନରେ ନିଜ ମାଆ ହେମା ମାଳିନୀଙ୍କ ଅନୁମତି ଚାହିଁଥିଲେ। ଈଶା ଖୁବ୍ ଭୟରେ ଥିଲେ। କାଳେ ବିକିନି କଥା ଶୁଣି ମାଆ ରାଗିଯିବେ। ସେ ଡରି ଡରି ଯାଇ ମାଆଙ୍କ ପଚାରିଲେ ଯେ ତାଙ୍କୁ ଚଳଚ୍ଚିତ୍ରରେ ବିକିନି ପିନ୍ଧିବାକୁ କୁହାଯାଉଛି ବୋଲି।

ତେବେ ହେମାଙ୍କ ପ୍ରତିକ୍ରିୟା ଥିଲା ଅତ୍ୟନ୍ତ ସାଧାରଣ। ଈଶା କୁହନ୍ତି ମାଆ କହିଲେ, ‘ସେଥିରେ କ’ଣ ଅଛି। ପିନ୍ଧ୍‌। କିନ୍ତୁ ଧ୍ୟାନ ରଖିବୁ ଯେପରି ବିକିନ୍‌ ସୁଟ୍‌ ଠିକ୍‌ ଭାବେ ହୁଏ। ତୁ ବହାରକୁ ସାଙ୍ଗମାନଙ୍କ ସହ ଗଲେ ବିକିନି ପିନ୍ଧୁଛୁ, ଚଳଚ୍ଚିତ୍ରରେ ପିନ୍ଧିବାରେ ଅସୁବିଧା କ’ଣ?’ ମାଆଙ୍କ ମୁହଁରୁ ଏପରି ଜବାବ କେବେ ବି ଈଶା ଆଶା ରଖିନଥିଲେ। ମାତ୍ର ହେମାଙ୍କ ଉଚ୍ଚ ଚିନ୍ତାଧାରା ତାଙ୍କୁ ବେଶ୍‌ ଚକିତ କରାଇଥିଲା ବୋଲି ଈଶା ସାକ୍ଷାତ୍‌କାରେ ନିଜର ମତ ରଖି କହିଛନ୍ତି।

ସମ୍ବନ୍ଧିତ ଖବର