ଏହି ଦିନ ମଜୁରିଆଙ୍କ ଗୀତ ଶୁଣି ଫିଦା ହେଲେ ବଲିଉଡ୍ ସଂଗୀତକାର ଶଙ୍କର ମହାଦେବନ୍, ଭିଡ଼ିଓ ସେୟାର କରି କାମ କରିବାର ଅଫର ଦେଲେ
ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆର ବ୍ୟବହାର ଅଧିକ ହେଉଥିବା ବେଳେ ଏହାର ସାହାଯ୍ୟ ନେଇ ଆଜିକାଲି କିଏ କେତେବେଳେ ପ୍ରସିଦ୍ଧ ହେଉଛି ତାହା ଜଣା ପଡ଼ୁନାହିଁ । ପୂର୍ବରୁ ଡ଼୍ୟାନ୍ସିଙ୍ଗ ଅଙ୍କଲଙ୍କ ଭିଡ଼ିଓ ସୋସିଆଲ ମିିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା । ନିଜ ନାଚର ଯାଦୁରେ ସେ ସମସ୍ତଙ୍କ ମନ ଜିଣିଥିଲେ । ଏବେ ପୁଣି ଜଣେ ଯୁବକ ନିଜ ସଂଙ୍ଗୀତ ପାଇଁ ସୋସିଆଲ ମିଡ଼ିଆରେ ଛାଇବା ଆରମ୍ଭ କରିଛନ୍ତି । ତାଙ୍କର ଏହି ଭିଡ଼ିଓକୁ ଆଉ କେହି ନୁହେଁ ବରଂ ବଲିଉଡ୍ର ପ୍ରସିଦ୍ଧ ଏବଂ ଲୋକପ୍ରିୟ ସଙ୍ଗୀତକାର ଶଙ୍କର ମହାଦେବନ୍ ନିଜେ ସେୟାର କରି ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ । ଏହା ସହ ଭିଡ଼ିଓରେ ଗୀତ ଗାଉଥିବା ଯୁବକଙ୍କ ପାଖକୁ ସେ କେମିତି ପହଞ୍ଚିବେ ସେ ନେଇ ତାଙ୍କୁ ସାହାଯ୍ୟ କରିବା ପାଇଁ ସେ ସମସ୍ତଙ୍କୁ କହିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
This is called fruit of labour!
When we hear this, it just makes me feel so so proud of our country that produces so much talent and is so rich in culture. Who is this guy???
How can I trace him?
Need help & would like to work with him. pic.twitter.com/SWqGQkmChb— Shankar Mahadevan (@Shankar_Live) June 30, 2018
ଏହି ଭିଡ଼ିଓରେ ନଜର ଆସୁଥିବା ଯୁବକ ଜଣଙ୍କ ରାକେଶ ନୁରାନଡ଼ୁ ବୋଲି ଜଣା ପଡ଼ିଥିବା ବେଳେ ସେ ଜଣେ ଦିନ ମଜୁରିଆ ବୋଲି ଜଣା ପଡ଼ିଛି । ଭିଡ଼ିଓ ସେୟାର କରି ସଙ୍ଗୀତକାର ଶଙ୍କର ମହାଦେବନ୍ ରାକେଶଙ୍କୁ ଖୋଜିବା ପାଇଁ ଅନୁରୋଧ କରିବା ପରେ ଏତେ ତାଙ୍କର ଏହି ଚେଷ୍ଟା ସଫଳ ହୋଇଛି । ସଙ୍ଗୀତକାର ଶଙ୍କର ମହାଦେବନ ତାଙ୍କୁ ଦେଖା କରିବା ସହ ତାଙ୍କ ସହ ଖୁବ୍ ଶୀଘ୍ର କାମ କରିବେ ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ଭିଡ଼ିଓରେ ରାକେଶ ସଙ୍ଗୀତକାର ଶଙ୍କର ମହାଦେବନ ଫିଲ୍ମ ବିଶ୍ୱରୁପମ୍ ପାଇଁ ଗାଇଥିବା ଗୀତ ଉନ୍ନାଇ କାନାଧୁ ନାନକୁ ଗାଇଥିବା ଦେଖିବାକୁ ମିଳିଛି । ତାଙ୍କର ଏହି ଭିଡ଼ିଓ ଦେଖିବା ପରେ ଖାଲି ସଙ୍ଗୀତକାର ଶଙ୍କର ମହାଦେବନଙ୍କର ନୁହେଁ ବରଂ ଅନ୍ୟ ସଙ୍ଗୀତକାରଙ୍କର ମଧ୍ୟ ଗୀତ ଗାଇବାର ଅଫର ଆସିଥିବା ଜଣାପଡ଼ିଛି ।