ଇରାଙ୍କୁ ବିବାହ ପାଇଁ ହାଫ ପ୍ୟାଣ୍ଟ ଓ ଗଞ୍ଜିରେ ଦୌଡ଼ିଦୌଡ଼ି ଆସିଥିବାର କାରଣ କହିଲେ ଅମୀରଙ୍କ ଜ୍ବାଇଁ

ମୁମ୍ବାଇ: ବଲିଉଡ ଅଭିନେତା ଅମୀର ଖାନଙ୍କ ଘରେ ଖୁସିର ବାତାବରଣ ରହିଛି। କାରଣ ତାଙ୍କ ଅଲିଅଳି କନ୍ୟା ଇରା ଖାନ ଦୀର୍ଘଦିନର ପ୍ରେମିକଙ୍କୁ ଗତ ଜାନୁଆରି ୩ ତାରିଖରେ ଅତି ସାଧାରଣ ଭାବେ କୋର୍ଟ ମ୍ୟାରେଜ୍ କରିଥିବା ବେଳେ ଏବେ ଧୁମଧାମରେ ବିବାହ କରିବାକୁ ଯାଉଛନ୍ତି। ଏହି ବିବାହକୁ ନେଇ ଚର୍ଚ୍ଚା ବି ଜୋର ଧରିଛି।

ରେଜିଷ୍ଟରରେ ଦସ୍ତଖତ କରି ଇରାଙ୍କୁ ରାଜା ନୂପୁର ନିଜର ଜୀବନସାଥୀ କରିଛନ୍ତି । ତେବେ ଏହି ବିବାହ ପାଇଁ ନୂପୁର ହାଫ ପ୍ୟାଣ୍ଟ ଓ କଳାରଙ୍ଗର ଗଞ୍ଜି ପିନ୍ଧି ୮କିମି ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଇରାଙ୍କ ପାଖରେ ପହଞ୍ଚିଥିଲେ।  ଏହି ସମୟର ଏକ ଭିଡିଓ ବି ଭାଇରାଲ ହୋଇଛି।କୋର୍ଟ ମ୍ୟାରେଜ୍ ପରେ  ଦୁହିଁଙ୍କ ଉଦୟପୁରରେ ଧୁମଧାମରେ ବିବାହ ହେବ। ଏଥିପାଇଁ ଜାନୁଆରି ୭ ତାରିଖରୁ ବିବାହ ପାଇଁ କାର୍ଯ୍ୟକ୍ରମ ସବୁ ଆରମ୍ଭ ହୋଇଗଲାଣି।

ତେବେ ଇରାଙ୍କୁ କୋର୍ଟ ମ୍ୟାରେଜ କରିବା ପାଇଁ ନୂପୁର ଏପରି କାହିଁକି ଦୌଡ଼ି ଦୌଡ଼ି ଆସିଥିଲେ ତାହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏ ପ୍ରସଙ୍ଗରେ ନୂପୁର ଅର୍ଥାତ ଅମୀରଙ୍କ ଜ୍ବାଇଁ କହିଛନ୍ତି, ‘ମୁଁ ଯେଉଁ ରାସ୍ତାରେ ‌ଦୌଡ଼ି ଦୌଡ଼ି ଇରାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଥିଲି। ‌ସେହି ରାସ୍ତାରେ ମୋର ଏକ ସ୍ବତନ୍ତ୍ର ସଂଯୋଗ ଅଛି। ତେଣୁ ମୁଁ ଜଣେ ଫିଟନେସ ଟ୍ରେନର ହେତୁ ହାଫ ପ୍ୟାଣ୍ଟ ଓ ଗଞ୍ଜି ପିନ୍ଧି ଜଗିଂ କରି କରି ସେହି ରାସ୍ତା ଦେଇ ମୋର ଜୀବନର ସ୍ବତନ୍ତ୍ର ଦିନ‌ରେ ସାମିଲ ହେବାକୁ ପହଞ୍ଚିଥିଲି। ’

ସମ୍ବନ୍ଧିତ ଖବର