ସନ୍ନି ଲିଓନଙ୍କ ନାଆଁରେ ଏହି ଫିଲ୍ମ ଥିଲା ବିବାଦୀୟ

ବଲିଉଡ଼୍‍ରେ ଏମିତି କିଛି ହିନ୍ଦୀ ସିନେମା ନିର୍ମିତ ହୋଇଛି,ଯାହା ବିଭିନ୍ନ କାରଣରୁ ବିବାଦ ଘେରକୁ ହୋଇଥିଲା। ହେଲେ ଜାଣନ୍ତି କି ଏହି ତିନିଟି ସିନେମା ଟାଇଟଲ୍‌ ବି ବିବାଦୀୟ ହୋଇଥିଲା। ଆସନ୍ତୁ ଜାଣିବା ସେହି ସିନେମା କାହିଁକି ବିବାଦୀୟ ହୋଇଥିଲା।

ମେଁ ସନ୍ନି ଲିଓନ୍‌ ବନ୍‌ନା ଚାହତି ହୁଁ:-‘ମେଁ ମାଧୁରୀ ଦୀକ୍ଷିତ୍‌ ବନ୍‌ନା ଚାହତି ହୁଁ’ ଟାଇଟଲ୍‌ରେ ପ୍ରଭାବିତ ହୋଇ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ କାନ୍ତି ଶାହା ‘ମେଁ ସନ୍ନି ଲିଓନ୍‌ ବନ୍‌ନା ଚାହତି ହୁଁ’ ଟାଇଟଲ୍‌ରେ ଏକ ସିନେମା ନିର୍ମାଣ କରିବାକୁ ଯୋଜନା କରିଥିଲେ। କିନ୍ତୁ ଏହା ବିରୁଦ୍ଧରେ ସନ୍ନି ଲିଓନ୍‌ ଓ ତାଙ୍କ ସ୍ୱାମୀ ଡାନିଏଲ୍‌ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ।

photo–youtube

ଆର୍‌..ରାଜ୍‌କୁମାର:-୨୦୧୩ର ଆକ୍‌ସନ୍‌ -ମସଲା ମୁଭି ‘ଆର୍‌..ରାଜ୍‌କୁମାର’ର ଟାଇଟଲ୍‌ ପ୍ରଥମେ ଥିଲା‘ରାମ୍ବୋ ରାଜ୍‌କୁମାର’,କିନ୍ତୁ ଏହା ଏକ ହଲିଉଡ଼୍‍ ଫିଲ୍ମର ଟାଇଟଲ୍‌ ହୋଇଥିବା ଓ କପି ରାଇଟ୍‌ ପ୍ରସଙ୍ଗ ହେବାପରେ ଟାଇଟଲ୍‌ ବଦଳା ଯାଇଥିଲା।ଏଥିରେ ଶାହିଦ୍‌ କପୁର୍‌ ଓ ସୋନାକ୍ଷୀ ସିହ୍ନା ଲିଡ଼୍‍ ରୋଲ୍‌ରେ ଥିଲେ।

ଗୋଲିଓଁ କି ରାସ୍‌ଲୀଳା ରାମ୍‌-ଲୀଳା:-୨୦୧୩ରେ ମୁକ୍ତିଲାଭ କରିଥିବା ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମର ପ୍ରଥମେ ଟାଇଟଲ୍‌ ରଖାଯାଇଥିଲା ‘ରାମ୍‌ଲୀଲା’। କିନ୍ତୁ ଏହା ହିନ୍ଦୁମାନଙ୍କର ସମ୍ବେଦନାକୁ ଆଘାତ କରିଛି ବୋଲି ୬ଟି ପିଟିସନ୍‌ ଦାଖଲ ହେବାପରେ ଫିଲ୍ମର ନୂଆ ଟାଇଟଲ୍‌ ରେ ‘ଗୋଲିଓଁ କି ରାସ୍‌ଲୀଳା’ଏଥିରେ ଯୋଡ଼ା ଯାଇଥିଲା।

ସମ୍ବନ୍ଧିତ ଖବର