କଟକ:ଦୁର୍ଘଟଣାରେ ନବବିବାହିତ ଗୁରୁତର

କଟକ: ଆଜି ସକାଳେ କଟକ- ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅନ୍ତର୍ଗତ କଟିିକଟା ନିକଟରେ ଏକ ମାରୁତି ଧକ୍କାରେ ଜଣେ ନବବିବାହିତ ଗୁରୁତର ଭାବେ ଆହତ ହୋଇଛନ୍ତି। ନବବିବାହିତ ଜଣକ ବାଇକ୍‌ରେ ଯାଉଥିବା ବେଳେ ତାଙ୍କୁ ଏକ ମାରୁତି କାର ଧକ୍କା ଦେଇଥିଲା। ତେବେ ଆହତ ଯୁବକଙ୍କର ପରିଚୟ ଜଣାପଡ଼ି ନାହିଁ। ମାତ୍ର ତାଙ୍କ ହାତ ଓ ପାଦରେ ଅଳତା ଲାଗି ଥିବାରୁ ହୁଏତ ଯୁବକ ଜଣକ ଅଳ୍ପ ଦିନ ତଳେ ବିବାହ କରି ଥାଇ ପାରନ୍ତି ବୋଲିି ଅନୁମାନ କରାଯାଉଛି। ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ ପ୍ରଥମେ ସାଲେପୁର ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର