ମୁଁ ଜୀବନ୍ତ: ଇନ୍‌ଷ୍ଟାରେ ଭିଡିଓ ପୋଷ୍ଟ୍‌ କରି କହିଲେ ମଡେଲ୍‌ ପୁନମ୍‌ ପାଣ୍ଡେ

ମୁମ୍ବାଇ: ଗର୍ଭାଶୟ କର୍କଟରେ ଅଭିନେତୀ ତଥା ମଡେଲ୍‌ ପୁନମ ପାଣ୍ଡେଙ୍କ ମୃତ୍ୟୁ ଘଟିଛି ବୋଲି ଗତକାଲି ଦିନତମାମ ଖବର ପ୍ରସାରଣ ହୋଇ ଚାଲିଥିଲା। ହେଲେ ତାହା ମିଥ୍ୟ ପ୍ରମାଣିତ ହୋଇଛି। କାରଣ ବଞ୍ଚିଛନ୍ତି ବିବାଦୀୟ ମଡେଲ୍‌ ପୁନମ୍‌।

ଆଜି ‌ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟ୍‌ କରି ନିଜେ ବଞ୍ଚିଛନ୍ତି ବୋଲି କହିଛନ୍ତି। ପୁନମ ଭିଡିଓରେ କହୁଥିବାର ଶୁଣିବାକୁ ମିଳୁଛି, ‘‘’ମୁଁ ଏଠାରେ ଅଛି, ଜୀବନ୍ତ’। ମୋର ଗର୍ଭାଶୟ କର୍କଟରେ ମୃତ୍ୟୁ ହୋଇନାହିଁ।’’

ସେ ଇନଷ୍ଟାଗ୍ରାମକୁ ଯାଇ ଘୋଷଣା କରିଛନ୍ତି ଯେ ସେ ଭଲ ଅଛନ୍ତି ଏବଂ ଗର୍ଭାଶୟ କର୍କଟ ରୋଗ ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ଏପରି କରିଥିଲେ। ଏହି ରୋଗରେ ଏକାଧିକ ମହିଳାଙ୍କ ଜୀବନ ଯାଇଥିବା ବେଳେ ପୁନମ୍‌ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

 

 

View this post on Instagram

 

A post shared by Poonam Pandey (@poonampandeyreal)

ଗତକାଲି ଖବର ପ୍ରଚାରିତ ହୋଇଥିଲା ଯେ ମଡେଲ-ଅଭିନେତ୍ରୀଙ୍କର କର୍କଟ କାରଣରୁ ମୃତ୍ୟୁ ହୋଇଛି। ହେଲେ ଆଜି ସେ ଜୀବିତ ଥିବା କଥା କହି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ପୁନମଙ୍କ ଏହି ଭିଡିଓ ଜାରି ହେବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ତାଙ୍କ ପୋଷ୍ଟ୍‌ରେ ବିଭିନ୍ନ ପ୍ରକାରର କଥା ଲେଖୁଛନ୍ତି।

ଚର୍ଚ୍ଚାରେ ରହିବା ପାଇଁ ଏପରି ଏକ କାଣ୍ଡ କରିବା ଅନୁପଯୋଗୀ ବୋଲି ଜଣେ ବ୍ୟବହାରକାରୀ ଲେଖିଥିବା ବେଳେ ପୁନମ ପୂର୍ବରୁ ଏଭଳି ଅନେକ ବିବାଦୀୟ କାଣ୍ଡ କରିଛନ୍ତି ବୋଲି ଅନ୍ୟ ଜଣେ ଲେଖିଛନ୍ତି।

ସମ୍ବନ୍ଧିତ ଖବର