ସାମନ୍ଥାଙ୍କ ସହ ଛାଡ଼ପତ୍ର ନୁହେଁ, ନାଗାଙ୍କୁ ଦୁଃଖ ଦେଇଛି ଏହି ଜିନିଷ

ଚେନ୍ନାଇ: ଚାରି ବର୍ଷର ବ‌ୈବାହିକ ଜୀବନ ପରେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେବେ ବୋଲି ଅକ୍ଟୋବର ୨, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଏହି ଘୋଷଣା ଉଭୟଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଦୁହେଁ ଅଲଗା ହେବା ପରେ ଏବେ ନିଜ ନିଜ କାମକୁ ନେଇ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ଏମଧ୍ୟରେ ଛାଡ଼ପତ୍ର ପରେ ନାଗାଙ୍କୁ କେଉଁ ଜିନିଷ ବେଶି ଦୁଃଖ ଦେଇଥିଲା ତାହା ସେ ଜଣାଇଛନ୍ତି।

Naga Chaitanya again addresses divorce with Samantha Ruth Prabhu and link-up rumours with Sobhita Dhulipala; says, 'Whatever happened has happened...'
bollywoodlife

ଏକ ସାକ୍ଷାତକାରରେ ନାଗା କହିଛନ୍ତି, “ମୋର ବ୍ୟକ୍ତିଗତ ଜୀବନ ତଥା ମୋର ବିବାହ ସହିତ ଯାହା ଘଟିଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କିନ୍ତୁ ଜୀବନର ସେହି ପର୍ଯ୍ୟାୟ ପାଇଁ ମୋ ମନରେ ଅପାର ସମ୍ମାନ ଅଛି। ହେଲେ ଛାଡ଼ପତ୍ର ଯେତିକି କଷ୍ଟ ଦେଇନି, ତା’ଠାରୁ ଅଧିକ କଷ୍ଟ ଦେଇଛି ଗଣମାଧ୍ୟମରେ ମୋତେ ନେଇ ପ୍ରଚାର କରାଯାଇଥିବା ଗୁଜବ। କେବଳ ହେଡଲାଇନ୍ ପାଇଁ, ସେମାନେ ମୋର ନାମକୁ ଜଣେ ତୃତୀୟ ବ୍ୟକ୍ତିଙ୍କ ସହିତ ଲିଙ୍କ୍ କରୁଛନ୍ତି ଏବଂ ଅଧିକ କଳ୍ପନା କରୁଛନ୍ତି। ଏହା ପ୍ରକୃତରେ ମୋତେ ବହୁତ ଆଘାତ ଦେଇଛି। ସେହି ତୃତୀୟ ପକ୍ଷର କୌଣସି ଦୋଷ ନଥାଇ ମଧ୍ୟ ତାଙ୍କୁ ଏହି ସମଗ୍ର ପ୍ରସଙ୍ଗକୁ ଟଣାଯାଉଛି। ଯାହା ଘଟିବାର ଥିଲା ଘଟିଲା, ସେମାନଙ୍କୁ ଏବିଷୟରେ ଚିନ୍ତା କରିବା ଛାଡ଼ିଦେବା ଉଚିତ୍।”

ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ନାଗାଙ୍କ ନାଁ ଜୋଡାଯାଉଥିବାରୁ ସେ ଏଭଳି କହିଛନ୍ତି।

ସମ୍ବନ୍ଧିତ ଖବର