ଆଇଟମ୍‌ ଗାର୍ଲ ରାକ୍ଷୀ ସାଓ୍ଵନ୍ତ ଓଡ଼ିଆରେ କହିଥିଲେ ମୋ ଚୁଟି ଖୋଲିଲେ…

ଭୁବନେଶ୍ୱର: ବଲିଉଡର ନାମୀ ଆଇଟମ୍‌ ଗାର୍ଲ ରାକ୍ଷୀ ସାଓ୍ଵନ୍ତ ଗତ କିଛି ଦିନ ହେବ ତନୁଶ୍ରୀ ଦତ୍ତ- ନାନା ପାଟେକର ମାମଲାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ହେଲେ ଆପଣ କ’ଣ ଜାଣନ୍ତି କି ଓଡିଆ ଫିଲ୍ମରେ ବି ରାକ୍ଷୀ ନଜର ଆସିଥିଲେ। ହଁ ବଲିଉଡର ନାମୀ ଆଇଟମ୍‌ ଗାର୍ଲ ରାକ୍ଷୀ ସାଓ୍ଵନ୍ତ ଏକ ଓଡ଼ିଆ ଫିଲ୍ମରେ ବି ଆଇଟମ୍‌ ନମ୍ବର କରିଥିଲେ।

ହଁ , ଯୁଗାଂଶୁ ଶେଖର ପଣ୍ଡାଙ୍କ ପ୍ରଯୋଜିତ ତଥା ରମେଶ ରାଉତଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ଗଡଫାଦର’ରେ ରାକ୍ଷୀ ସାଓ୍ଵନ୍ତ ଆଇଟମ୍‌ ନମ୍ବରରେ ନୃତ୍ୟ କରିଥିଲେ। ଏହି ଗୀତଟି ଥିଲା ମୋ ଚୁଟି ଖୋଲିଲେ …. । ଏଥିରେ କଣ୍ଠଦାନ କରିଥିଲେ ବଲିଉଡ ଗାୟିକା ପାମେଲା ଜୈନ୍‌ । ଏହାର ଗୀତିକାର ହେଲେ ଡ ନିର୍ମଳ ନାୟକ ଏବଂ ସଙ୍ଗୀତକାର ହେଲେ ଅଭିଜିତ୍‌ ମଜୁମଦାର। ତେବେ ଏହି ଗୀତଟି ସେତେଟା ଚର୍ଚ୍ଚିତ ହୋଇପାରିନଥିଲା। ଏହାର କାରଣ ହେଲା ‘ଗଡଫାଦର’କୁ ଆଶାନୁରୂପ ସଫଳତା ମିଳି ନଥିଲା।

‘ଗଡଫାଦର’ର ମୁଖ୍ୟ କଳାକାର ଥିଲେ ସିଦ୍ଧାନ୍ତ,ଅନୁ ଚୌଧୁରୀ,ନବାଗତ ସତ୍‌ଶ୍ରୀ, ଅନନ୍ୟା ମିଶ୍ର ,ମନୋଜ ମିଶ୍ର , ଦୈତାରି ପଣ୍ଡା ଓ ହରି ପ୍ରମୁଖ ।

ସମ୍ବନ୍ଧିତ ଖବର