ମୁମ୍ବାଇ: ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇ ଭିକ୍ଷାବୃତ୍ତି କରି ନିଜର ଜୀବିକା ନିର୍ବାହ କରୁଥିବା ରାନୁ ମଣ୍ଡଳ ଗୀତ ଗାଇ ସୋସିଆଲ୍‌ ମିଡିଆ ଜରିଆରେ ରାତାରାତି ଷ୍ଟାର ବନି ଯାଇଛନ୍ତି। ରାନୁଙ୍କୁ ଏବେ ବଲିଉଡ୍‌ରେ ଗୀତ ଗାଇବାର ଗୋଟିଏ ପରେ ଗୋଟିଏ ସୁଯୋଗ ଆସିବାରେ ଲାଗିଛି। ଷ୍ଟେସନରେ ଗୀତ ଗାଇବାଠାରୁ ନେଇ ବଲିଉଡ ପର୍ଯ୍ୟନ୍ତ ଯାତ୍ରା ରାନୁ ମଣ୍ଡଳଙ୍କ ପାଇଁ ଏତେ ସହଜ ନଥିଲା। ସମ୍ପ୍ରତି ରାନୁଙ୍କ ସ୍ୱରର ଜାଦୁ ଚାରିଆଡେ ଚର୍ଚ୍ଚାରେ ରହିଛି।

Advertisment

ଏହି କ୍ରମରେ ରାନୁ ମଣ୍ଡଳଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। କି ରାନୁଙ୍କ ବଲିଉଡ ସହିତ ପୁରୁଣା ସମ୍ପର୍କ ରହିଛି। ତାଙ୍କ ହାତ ତିଆରି ଖାଦ୍ୟକୁ ଏକଦା ସିନେ ନିର୍ମାତା, ନିର୍ଦ୍ଦେଶକ ଏବଂ ଅଭିନେତା ଫିରୋଜ ଖାନ ଖାଉଥିଲେ। ରାନୁ ଫିରୋଜ ଖାନ୍‌ଙ୍କ ଘରେ କାମ କରୁଥିଲେ। ସେ ସେଠାରେ ଖାଦ୍ୟ ପ୍ରସ୍ତୁତ କରିବା ଠାରୁ ଝାଡୁପୋଛା ଆଦି କାମ କରୁଥିଲେ।

publive-image
କେବଳ ଏତିକି ନୁହେଁ ସେ ଫିରୋଜ ଖାନ୍‌ଙ୍କ ପୁଅ ଫରଦୀନ୍‌ ଖାନ୍‌ ଓ ଭାଇ ନିର୍ଦ୍ଦେଶକ ସଞ୍ଜୟ ଖାନ୍‌ଙ୍କ ଦେଖାଣୁଣା ବି କରୁଥିଲେ। ତେବେ ଏହି କଥା ଆମେ ନୁହେଁ ବଙ୍ଗଳା ଭାଷା ଜାଣିଥିବା ରାନୁ ଖଣ୍ଡି ହିନ୍ଦୀରେ ନିକଟରେ ହୋଇଥିବା ଏକ ସାକ୍ଷାତକାରରେ କହିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ‘ଏକ ପ୍ୟାର କା ନଗମା ହୈ’ ଗୀତ ଗାଉଥିବା ରାନୁ ମଣ୍ଡଳଙ୍କୁ ନିକଟରେ ବଲିଉଡ୍‌ ସଂଗୀତକାର ହିମେଶ୍‌ ରେଶାମିୟା ନିଜର ଆଗାମୀ ଫିଲ୍ମ ‘ହାପି ହାର୍ଡି ଏଣ୍ଡ୍‌ ହୀର୍‌’ରେ ‘ତେରୀ ମେରି କାହାନି’ ଗୀତରେ କଣ୍ଠଦାନ କରିବାର ସୁଯୋଗ ଦେଇଛନ୍ତି।

publive-image

କେବଳ ଏତିକି ନୁହେଁ ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ‘ଦବଙ୍ଗ-୩’ରେ ରାନୁଙ୍କୁ ଗୀତ ଗାଇବାର ଅଫର୍‌ ମିଳିଥିବା ନେଇ ଚର୍ଚ୍ଚା ହେଉଛି। ଏଥିସହିତ ରାନୁଙ୍କୁ ସଲମାନ୍‌ ମୁମ୍ବାଇରେ ୫୫ ଲକ୍ଷ ଟଙ୍କାର ଗୋଟେ ଫ୍ଲାଟ୍‌ ଉପହାର ଦେଇଛନ୍ତି ବୋଲି ସୋଶାଲ୍‌ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ସେହିଭଳି ଅକ୍ଷୟ କୁମାର ମଧ୍ୟ ରାନୁଙ୍କୁ ତାଙ୍କ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେବେ ବୋଲି ଆଉ ଏକ ଚର୍ଚ୍ଚା ଚାଲିଛି।