ଟ୍ରେଲର କମାଲ କରିବା ପରେ ରିଲିଜ୍ ପୂର୍ବରୁ ଏତେ ଟଙ୍କା ଆୟ କଲା ‘ଶୈତାନ୍’

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କ ‘ଆର୍ଟିକିଲ ୩୭୦’ ରିଲିଜ ହେବା ପରଠାରୁ ଧମାଲ କରିବା ଆରମ୍ଭ କରିଛି। ରିଲିଜ୍ ହେବାର ୧୦ଦିନ ମଧ୍ୟରେ ଏହି ଚଳଚ୍ଚିତ୍ର ବଜେଟ୍ ଠାରୁ ତିନି ଗୁଣ ଅଧିକ ରୋଜଗାର କରିସାରିଲାଣି। ଏହି ଫିଲ୍ମ ପରେ ବର୍ତ୍ତମାନ ଅଜୟ ଦେବଗନ୍ ଏବଂ ଆର ମାଧବନଙ୍କ ଅଭିନୀତ ଫିଲ୍ମ ‘ଶୈତାନ’ ମଧ୍ୟ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଥ୍ରୀଲର ଫିଲ୍ମକୁ ଅପେକ୍ଷା କରିଛନ୍ତି। ଏସବୁ ମଧ୍ୟରେ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି। ପ୍ରଥମ ଦିନର ଆଡଭାନ୍ସ ବୁକିଂରେ ଏପର୍ଯ୍ୟନ୍ତ ‘ଶୈତ‌ାନ୍’ କେତେ ଟଙ୍କା ସଂଗ୍ରହ କରିଛି ଆପଣ ଜାଣନ୍ତି କି?

ପୂର୍ବରୁ ଫିଲ୍ମ ପାଇଁ ପ୍ରି-ଟିକେଟ୍ ବୁକିଂ ସୀମିତ ସ୍ଥାନରେ ଖୋଲା ଯାଇଥିଲା, କିନ୍ତୁ ନିକଟରେ ଅନଲାଇନ୍ ଟିକେଟ୍ ବୁକିଂ ପ୍ଲାଟଫର୍ମରେ ଏହାର ସୋ’ ସଂଖ୍ୟା ବଢ଼ାଯାଇଥିଲା। ଫିଲ୍ମର ଟ୍ରେଲର ଦେଖିବା ପରେ ଦର୍ଶକମାନେ ଏହାକୁ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି। ଏହି କାରଣରୁ ଫିଲ୍ମର ଟିକେଟ ଅଧିକ ବିକ୍ରି ହେଉଥିବା ସାମ୍ନାକୁ ଆସିଛି। ଯଦି ଆମେ ପ୍ରଥମ ଦିନ ପାଇଁ ଫିଲ୍ମର ଆଡଭାନ୍ସ ବୁକିଂକୁ ଦେଖିବା ‌ତେବେ ସାରା ଦେଶରେ ହିନ୍ଦୀର ୨ଡି ଫର୍ମାଟରେ ‘ଶୈତାନ’ର ୧୫ହଜାର ୧୪୫ଟିକେଟ୍ ବୁକ୍ ହୋଇଛି। ଆୟକୁ ଦେଖିବାକୁ ଗଲେ ଫିଲ୍ମଟି ରିଲିଜ୍ ପୂର୍ବରୁ ୩୭.୪୧ଲକ୍ଷ ଟଙ୍କା ସଂଗ୍ରହ କରିଛି।

ଫିଲ୍ମ ରିଲିଜ୍ ପରେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର