ସଞ୍ଜୟ ରାଉତଙ୍କୁ ସୁଶାନ୍ତଙ୍କ ପରିବାର ଦେଲେ ନୋଟିସ୍‌

ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କୀୟ ଭାଇ ତଥା ବିଜେପି ବିଧାୟକ ନୀରଜ ସିଂହ ବବ୍‌ଲୁ ଶିବସେନାର ସାଂସଦ ସଞ୍ଜୟ ରାଉତଙ୍କୁ ଲିଗାଲ ନୋଟିସ୍‌ ପଠାଇଛନ୍ତି। ଶ୍ରୀ ରାଉତ କାର୍ଯ୍ୟନିର୍ବାହୀ ସମ୍ପାଦକ ଦାୟିତ୍ବରେ ଥିବା ଏକ ସମ୍ବାଦପତ୍ରରେ ଉଲ୍ଲେଖ କରାଯାଇଥିଲା ଯେ ସୁଶାନ୍ତଙ୍କ ବାପା କେକେ ସିଂହ ଦ୍ବିତୀୟ ବିବାହ କରିଥିବାରୁ ସୁଶାନ୍ତ ଏନେଇ ଅବସାଦଗ୍ରସ୍ତ ଥିଲେ। ଏହାକୁ ସୁଶାନ୍ତଙ୍କ ପରିବାର ବିରୋଧ କରିବା ସହ ୪୮ ଘଣ୍ଟା ମଧ୍ୟରେ ସଞ୍ଜୟ ରାଉତ କ୍ଷମା ପ୍ରାର୍ଥନା କରିବାକୁ ସେ ନୋଟିସ୍‌ ଦେଇଛନ୍ତି। ସୁଶାନ୍ତଙ୍କ ଦାଦା ଆର୍‌ସି ସିଂହ ବି ଶ୍ରୀ ରାଉତଙ୍କ ମତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଶ୍ରୀ ରାଉତ ସେଇ ସମ୍ବାଦପତ୍ରରେ ପ୍ରଶ୍ନ କରିଥିଲେ ଯେ କେତେଥର ସୁଶାନ୍ତ ତାଙ୍କ ବାପାଙ୍କୁ ଭେଟିବାକୁ ପାଟନା ଯାଆନ୍ତି? ମୋ’ର ତାଙ୍କ ବାପାଙ୍କ ପ୍ରତି ସମବେଦନା ଅଛି, ମାତ୍ର ଅନେକ ଜିନିଷ ସାମ୍ନାକୁ ଆସିବା ଦରକାର ବୋଲି ସେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧିତ ଖବର