ଅଭିନେତ୍ରୀ ନ ହୋଇ ଝିଅ ଏହି ପେସାରେ ମନୋନିବେଶ କରୁ ବୋଲି ଚାହୁଁଥିଲେ ଟ୍ଵିଙ୍କିଲ୍‌ ଖାନ୍ନାଙ୍କ ବାପା ରାଜେଶ

ମୁମ୍ବାଇ : ଅଭିନେତା ରାଜେଶ ଖାନ୍ନା ଏବଂ ଝିଅ ଟ୍ଵିଙ୍କିଲ୍‌ ଖାନ୍ନାଙ୍କ ଜନ୍ମଦିନ ସମାନ ଦିନ ହିଁ ପଡ଼ିଥାଏ । ରଜେଶ ଖାନ୍ନା ଡ଼ିସେମ୍ବର ୨୯,୧୯୪୨ରେ ଜନ୍ମଗ୍ରହଣ କରିଥିବା ବେଳେ ଟ୍ଵିଙ୍କିଲଙ୍କ ଜନ୍ମ ଡ଼ିସେମ୍ବର ୨୯,୧୯୬୯ରେ ହୋଇଥିଲା । ଆଜି ତାଙ୍କର ଜନ୍ମଦିନ ହୋଇଥିବା ବେଳେ ସେ ଏବେ ୪୪ବର୍ଷ ବୟସରେ ପାଦ ଦେଇଛନ୍ତି । ଫିଲ୍ମ ‘ବର୍‌ସାତ୍‌’ରୁ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଟ୍ଵିଙ୍କିଲ । ଏହି ଫିଲ୍ମ ପରେ ହିଁ ଦର୍ଶକେ ଟ୍ଵିଙ୍କିଲଙ୍କୁ ଆପଣାଇ ନେଇଥିଲେ । ଏତେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଫିଲ୍ମ ଲାଇନ୍‌କୁ ଆସିବା ପୂର୍ବରୁ ପିତା ରାଜେଶ ଖାନ୍ନା କିଛି ଅଲଗା ଚାହୁଁଥିଲେ ।

Deccan Chronicle

ଟ୍ଵିଙ୍କିଲ ଅଭିନେତ୍ରୀ ନ ହୋଇ ଜଣେ ଲେଖିକା ହୁଅନ୍ତୁ ବୋଲି ରାଜେଶ ଖାନ୍ନା ଚାହୁଁଥିଲେ । ଛୋଟ ବେଳୁ ଟ୍ଵିଙ୍କିଲ ଭଲ ଲେଖୁଥିବା ଦେଖି ରାଜେଶ ଖାନ୍ନା ଟ୍ଵିଙ୍କିଲଙ୍କୁ ଅଧିକ ଲେଖିବା ପାଇଁ ଅନୁପ୍ରାଣିତ କରିଥିଲେ। କିନ୍ତୁ ସେ ଅଭିନୟ କରିବା ପାଇଁ ମନସ୍ଥ କରିଥିଲେ । କିଛି ଦିନ ଅଭିନୟ କରିବା ପରେ ଏବେ ସେ ଲେଖିକା ପାଲଟିଛନ୍ତି ।

ସମ୍ବନ୍ଧିତ ଖବର