ବିଗ୍‌ବସ୍‌-୧୨: ସୋ’ ଆରମ୍ଭରୁ ବିଦାୟ ନେଲେ ୨ ପ୍ରତିଯୋଗୀ

ମୁମ୍ବାଇ: ଟିଭି ସାମ୍ନାରେ ବସି ବିଗ୍‌ବସ୍‌ ଦେଖିବାର ସମୟ ଆସିଯାଇଛି। ଶେଷରେ ବିବାଦୀୟ ସିଜନ୍‌-୧୧ ପରେ ପ୍ରଶଂସକମାନେ ସଜିନ୍‌-୧୨ ସହ ସଲମାନଙ୍କ ହୋଷ୍ଟିଂ ଅନ୍ଦାଜକୁ ଅପେକ୍ଷା କରି ରହିଥିଲେ। ପୂର୍ବତନ ପ୍ରତିଯୋଗୀଙ୍କ ସମେତ ସିଜନ୍‌-୧୨ ହସ, ମଜାକ୍‌ ଓ ନାଟକରେ ଭରି ହୋଇଯାଇଛି। ଯଦିଓ ପ୍ରଥମ ସପ୍ତାହ ପରେ ହିଁ ପ୍ରତିଯୋଗୀମାନଙ୍କୁ ବିଦା କରିବା ପ୍ରକ୍ରିୟା ଆରମ୍ଭ ହୋଇଥାଏ, ଏଥର କିନ୍ତୁ ଭିନ୍ନ କିଛି ଘଟିଛି। ପ୍ରଥମ ଏପିସୋଡ୍‌ରୁ ହିଁ ସୋ’ ନିର୍ମାତା ଦୁଇ ଜଣ ପ୍ରତିଯୋଗୀଙ୍କୁ ବାହାର କରି ଦେବାର ନିଷ୍ପତ୍ତି ନେଇଛନ୍ତି।

ବିଗ୍‌ବୋସ୍‌ ଆଉଟ୍‌ହାଉସ୍‌କୁ ଅଣଦେଖା କରି କ୍ରିତି ବର୍ମା ଏବଂ ସୁରଭି ରାଣା, ରୋଶ୍ମୀ ବାରିକ୍‌ ଏବଂ ମିତଲ୍‌ ଜୋଶୀ ବିଗ୍‌ବସ୍‌ରେ ପ୍ରବେଶ କରି ସାରିଥିଲେ। ମାତ୍ର ଯେତେବେଳେ ସୁରଭି ଏବଂ ମିତଲ୍‌ଙ୍କୁ ସୋ’ରୁ ବାହର କରିଦିଆଯାଇଛି ମାହଲ୍‌ ସାମାନ୍ୟ ନାଟକୀୟ ହୋଇଉଠିଛି। ଦୀପକ ଠାକୁରଙ୍କ ପରିଚୟ ଦେବା ପରେ ସଲମାନ ଖୁଲାସା କରିଥିଲେ ଯେ ଦର୍ଶକମାନଙ୍କ ଭୋଟ୍‌କୁ ଭିତ୍ତିକରି ୪ ଜଣ ଝିଅଙ୍କ ମଧ୍ୟରୁ ୨ ଜଣଙ୍କୁ ସୋ’ରୁ ବିଦାୟ ନେବାକୁ ହେବ। ରୋଶ୍ମୀ ଏବଂ କ୍ରିତି ସୋ’ରେ ପ୍ରବେଶ କରିଥିବା ବେଳେ ସୁରଭି ଏବଂ ମିତଲ୍‌ଙ୍କୁ ସୋ’ରୁ ବିଦାୟ ନେବାକୁ ପଡ଼ିଛି।

ସମ୍ବନ୍ଧିତ ଖବର