ରୋଗ ବିଷୟରେ ଜାଣି ବିଚଳିତ ହୋଇପଡ଼ିଥିବା ପ୍ରଂଶସକଙ୍କୁ ଏଭଳି କଥା କହିଲେ ବରୁଣ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧାୱନଙ୍କ ଫିଲ୍ମ ‘ଭେଡିଆ’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ବରୁଣ ମୁଖ୍ୟ ଭୂମିକାରେ ନଜର ଆସିବା ସହ ସିନେମା ପ୍ରମୋସନକୁ ନେଇ ସେ ବହୁତ ବ୍ୟସ୍ତରେ ଅଛନ୍ତି। ଏହି ସମୟରେ ବରୁଣ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଏକ ଖବରକୁ ସମସ୍ତଙ୍କ ସାମ୍ନାକୁ ଆଣିଥିଲେ। ସେ କହିଥିଲେ କି, ମୁଁ ଭେଷ୍ଟିବୁଲାର ହାଇପୋଫଙ୍କସନ ନାମକ ଏକ ରୋଗରେ ପୀଡିତ ଅଛି।’ ବରୁଣଙ୍କ ଏହି ଖବର ଶୁଣି ତାଙ୍କ ପ୍ରଂଶସକ ବିଚଳିତ ହୋଇପଡ଼ିଥିଲେ।

 

ବରୁଣ କହିଥିଲେ, ‘କରୋନା ଲକଡାଉନ ସମୟ‌ରେ ଏହି ରୋ‌ଗରେ ପୀଡ଼ିତ ଥିବା ମୁଁ ଜାଣିବାକୁ ପାଇଥିଲି। ଏହି ରୋଗ ହେଲେ ଜଣେ ବ୍ୟକ୍ତି ନିଜ ଶରୀର ଉପରୁ ସନ୍ତୁଳନ ହରାଇଥାଏ। କରୋନା ମହାମାରୀ ପରେ ଯେତେବେଳେ ଲକଡାଉନ ‌ ଧୀରେ ଧୀରେ ଖୋଲିବା ଆରମ୍ଭ ହେଲା, ସେତେବେଳେ ମୋତେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା। କାମ କରିବାକୁ ଇଚ୍ଛା ହେଉ ନଥିବା ସହ ବହୁ କଷ୍ଟରେ ମୋତେ ଘର ବାହାରକୁ ଆସିଥିବାକୁ ପଡ଼ୂଥିଲା। କଷ୍ଟ ହେ‌ଲେ ବି ମୁଁ ମୋ ଶରୀର ଉପରେ ସନ୍ତୁଳନ ରଖିବାକୁ ଚେଷ୍ଟା କରୁଛି।

ମୋର ଜୀବନଶୈଳୀକୁ ପରିବର୍ତ୍ତନ କରି ରୋଗକୁ ଠିକ କରିବାକୁ ଚେଷ୍ଟା କରୁଛି। ଯୋଗ, ସନ୍ତରଣ ଆଦି କରିବା ସହିତ ସୂର୍ଯ୍ୟ କିରଣରେ କିଛି ସମୟ ବସୁଛି। ଆପଣମାନେ ମୋ ରୋଗ ବିଷୟରେ ଜାଣି ବିଚଳିତ ହୋଇ ପଡ଼ିଥିଲେ ଏବଂ ବହୁତ ସ୍ନେହ ଭରା ପ୍ରତିକ୍ରିୟା ଦେଇଥିଲେ। ମୁଁ ଆପଣମାନଙ୍କ ପ୍ରତିକ୍ରିୟା ପାଇ କିଛି ମାତ୍ରାରେ ଭଲ ଅନୁଭବ କରୁଛି। ଯଥାଶୀଘ୍ର ମୁଁ ଶତପତିଶତ ସୁସ୍ଥ ହୋଇଯିବି ବୋଲି ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି।

ସମ୍ବନ୍ଧିତ ଖବର