ପ୍ରେମିକା ତମନ୍ନାଙ୍କ ଏହି ଅଭ୍ୟାସକୁ ପସନ୍ଦ କରନ୍ତିନି ବିଜୟ

ମୁମ୍ବାଇ: କିଛି ଦିନ ତଳେ ବଲିଉଡ ଅଭିନେତା ବିଜୟ ବର୍ମା ଓ ଅଭିନେତ୍ରୀ ତମନ୍ନା ଭାଟିଆ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା। ଗୋଆରେ ପରସ୍ପରକୁ ଚୁମ୍ବନ ଦେଉଥିବାର ଭିଡିଓ ଭାଇରାଲ ହେବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା। ପ୍ରଥମେ ଏହା ଉପରେ ଦୁହେଁ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ଏବେ ଦୁହେଁ ସର୍ବସାଧାରଣରେ ନିଜର ‌ପ୍ରେମ ସମ୍ପର୍କକୁ ସ୍ବୀକାର କରିଛନ୍ତି।

ପ୍ରେମ ସମ୍ପର୍କକୁ ସ୍ବୀକାର କରିବା ପରେ ନିକଟରେ, ଅଭିନେତା ପ୍ରକାଶ କରିଛନ୍ତି ଯେ ତମନ୍ନାଙ୍କର କେଉଁ ଅଭ୍ୟାସ ତାଙ୍କୁ ଅଧିକ ବିରକ୍ତ କରେ। ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ଅଭିନେତା ବିଜୟଙ୍କୁ ପଚରାଯାଇଥିଲା ଯେ ତମନ୍ନାଙ୍କର ଗୋଟିଏ ଅଭ୍ୟାସ କ’ଣ ଯାହା ଆପଣଙ୍କୁ ଅଧିକ ବିରକ୍ତ କରେ?

ଏହି ପ୍ରଶ୍ନର ଉତ୍ତରରେ ବିଜୟ ସ୍ପଷ୍ଟ ଭାବରେ ଉତ୍ତର ଦେଇଥିଲେ, ‘ସେ ବ୍ୟାୟାମକୁ ଟିକେ ଅଧିକ ଗୁରୁତ୍ବ ଦିଅନ୍ତି। ଅର୍ଥାତ, ସେ ବ୍ୟାୟାମ ଅନୁଯାୟୀ ନିଜର ଦିନ ଯୋଜନା କରନ୍ତି। ଜିମ୍ ଯିବା ହେତୁ ସେ ତାଙ୍କର ନିଦ ମଧ୍ୟ ପୂରା କରିପାରନ୍ତି ନାହିଁ। ମୁଁ ତାଙ୍କୁ କୁହେ ଯେ, ଏକ ଭଲ ଜୀବନଶୈଳୀ ପାଇଁ ତୁମର ନିଦକୁ ପୂରା କରିବା ଅତ୍ୟନ୍ତ ଜରୁରୀ। କିନ୍ତୁ ସେ କେବଳ ୪ ଘଣ୍ଟା ଶୋଇବା ପରେ ଜିମ୍ ଚାଲିଯାଆନ୍ତି।

ବିଜୟ ବର୍ମାଙ୍କର ଏହି ଖୁଲାସା ପରେ ତମନ୍ନା ତାଙ୍କ ସ୍ପଷ୍ଟୀକରଣରେ କହିଥିଲେ ଯେ ସେ ବହୁତ ଖାଆନ୍ତି। ତେଣୁ ତାଙ୍କୁ ଅଧିକ ବ୍ୟାୟାମ କରିବାକୁ ପଡ଼େ।

ସମ୍ବନ୍ଧିତ ଖବର