ଜମ୍ମୁ ଓ କଶ୍ମୀରରେ ‘ଟାର୍ଗେଟେଡ୍‌ କିଲିଙ୍ଗ୍‌’ ବୃଦ୍ଧି ପାଉଥିବା ବେଳେ ୧୭୭ଜଣ କଶ୍ମୀରୀ ପଣ୍ଡିତ ଶିକ୍ଷକଙ୍କୁ ନିରାପଦ ସ୍ଥାନକୁ ବଦଳି

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ‘ଟାର୍ଗେଟେଡ୍‌ କିଲିଙ୍ଗ୍‌’ ବୃଦ୍ଧି ପାଉଥିବା ବେଳେ ଶ୍ରୀନଗରେ ନିଯୁକ୍ତି ପାଇଥିବା ୧୭୭ଜଣ କଶ୍ମୀରୀ ପଣ୍ଡିତ ଶିକ୍ଷକଙ୍କୁ ନିରାପଦ ସ୍ଥାନକୁ ବଦଳି କରିବା ଲାଗି ସରକାର ଆଦେଶ ଦେଇଛନ୍ତି। ବଦଳି ହେବା ନିମନ୍ତେ ଶିକ୍ଷକମାନ‌େ ସରକାରଙ୍କ ନିକଟରେ ଦାବି କରିଥିଲେ।

କଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟ ଏବଂ ପ୍ରବାସୀ ଶ୍ରମଜୀବୀମାନଙ୍କ ଉପରେ କ୍ରମାଗତ ଆକ୍ରମଣ କରାଯିବା ପରେ ଜମ୍ମୁ ଓ କଶ୍ମୀରର ନିରାପତ୍ତା ପରିସ୍ଥିତି ସମୀକ୍ଷା କରିବା ଲାଗି ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିଥିବା ଉଚ୍ଚସ୍ତରୀୟ ବୈଠକ ପରେ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

Image Courtesy of Outlook India

ସୂଚନାଯୋଗ୍ୟ, ୨୦୧୨ରେ ପ୍ରଧାନମନ୍ତ୍ରୀଙ୍କ ସ୍ପେସାଲ୍‌ ପ୍ୟାକେଜ୍‌ରେ ଚାକିରି ପାଇଥିବା ବହୁସଂଖ୍ୟକ କଶ୍ମୀରୀ ପଣ୍ଡିତ ଗଣସ୍ଥାନାନ୍ତରଣ କରିବେ ବୋଲି ଧମକ ଦେଇ ପ୍ରତିବାଦ ଚଳାଇଥିଲେ। ମେ ୧୨ ତାରିଖ ଦିନ କେନ୍ଦ୍ରୀୟ କଶ୍ମୀରର ବଡ଼ଗାମ ଜିଲ୍ଲାର ଚାଦୂରା ଅଞ୍ଚଳରେ ରାହୁଲ୍‌ ଭଟ୍ଟଙ୍କୁ ଆତଙ୍କବାଦୀମାନ‌େ ଗୁଳି ମାରି ହତ୍ୟା କରିବା ପରଠାରୁ ୬୦୦୦ କର୍ମଚାରୀ ପ୍ରତିବାଦ ଆରମ୍ଭ କରି କଶ୍ମୀର ଉପତ୍ୟକା ବାହାରକୁ ବଦଳି ପାଇଁ ଦାବି କରୁଥିଲେ।

ଗୁରୁବାର ଦିନ ଦୁଇଟି ପୃଥକ୍‌ ଘଟଣାରେ କଶ୍ମୀରରେ ଜଣେ ବ୍ୟାଙ୍କ୍‌ କର୍ମଚାରୀ ଏବଂ ଜଣେ ଇଟାଭାଟି ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଆଉ ୨ଜଣ ଶ୍ରମିକ ମଧ୍ୟ ଆହତ ହୋଇଥିଲେ। ମେ ୧ ତାରିଖଠାରୁ କଶ୍ମୀରରେ ଏହାଥିଲା ଯଥାକ୍ରମେ ୮ମ ଓ୯ମ ‘ଟାର୍ଗେଟେଡ୍‌ କିଲିଙ୍ଗ୍‌’।

ସମ୍ବନ୍ଧିତ ଖବର