ସେନା ଦସ୍ତାବିଜ୍ ଖୋଲିଲା ପାକ୍ ମୁଖା : ଭାରତୀୟଙ୍କ ରକ୍ତ ବୁହାଇବା ପାଇଁ ହେଉଥିବା ସାଂଘାତିକ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ

ଇସଲାମାବାଦ: ପାକିସ୍ତାନର ଅସଲ ମୁଆ ଖୋଲିଲା ଭାରତୀୟ ସେନା। ପାକିସ୍ତାନ କିଭଳି ଭାବେ ଭାରତରେ ଆକ୍ରମଣ ଯୋଜନା କରୁଛି, ତା’ର ପୂରା ତଥ୍ୟ ଏକ ୩୩ପୃଷ୍ଠାର ସେନା ଦସ୍ତାବିଜରୁ ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ହାତରେ ଲାଗିଥିବା ଏହି ଦସ୍ତାବିଜ୍ ଅନୁଯାୟୀ, ପାକ୍ ସେନା ସମେତ ପାକ୍ ପ୍ରଶିକ୍ଷିତ ଆତଙ୍କବାଦୀମାନେ କିପରି ସୀମା ଦେଇ ଭାରତରେ ଅନୁପ୍ରବେଶ କରୁଛନ୍ତି ତାହାର ଏକ ପୂରା ଚିତ୍ର ଏହି ଦସ୍ତାବିଜରେ ବିସ୍ତୃତ ଭାବେ ଲେଖାଯାଇଛି। କେବଳ ସେତିକି ନୁହେଁ, ପାକ୍ ସରକାରଙ୍କ ଇଙ୍ଗିତରେ ପାକିସ୍ତାନରେ ଅଳ୍ପସଂଖ୍ୟକ ହିନ୍ଦୁମାନଙ୍କୁ କିପରି ଭାବେ ହତ୍ୟା କରାଯାଉଛି ତାହା ମଧ୍ୟ ଏଥିରେ ଉଲ୍ଲେଖ ଅଛି।

ଇସଲାମାବାଦରେ ସେନାବାହିନୀର ପ୍ରତ୍ୟକ୍ଷ ‘ପ୍ରକ୍ସି’ ଭାବରେ କାର୍ଯ୍ୟ କରୁଥିବା ପାକ୍ ସମର୍ଥିତ ଆତଙ୍କବାଦୀ ସଂଗଠନଙ୍କ ଦ୍ୱାରା ଜମ୍ମୁ କଶ୍ମୀରରେ ପୁଲିସ୍, ଶିକ୍ଷକ ଏବଂ ପ୍ରବାସୀ ଶ୍ରମିକଙ୍କ ହତ୍ୟା ଉପରେ ଆଲୋକପାତ କରାଯାଇଛି ଏବଂ ପାକିସ୍ତାନ କିପରି ରାଜନୈତିକ କର୍ମୀଙ୍କୁ ହତ୍ୟା କରୁଛି ଏବଂ ଜମ୍ମୁ କଶ୍ମୀରରେ ଯୁବକମାନଙ୍କୁ ଆତଙ୍କବାଦୀ ହେବା ପାଇଁ କିଭଳି ଭାବେ ପ୍ରବର୍ତ୍ତାଉଛି, ସେ ବିଷୟରେ ଉକ୍ତ ଦସ୍ତାବିଜରେ ଲେଖାଯାଇଛି।

ଦସ୍ତାବିଜର ପ୍ରଥମ ଭାଗରେ, ୨୦୨୦-୨୦୨୧ ମଧ୍ୟରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ଭାରତରେ ଅନୁପ୍ରବେଶ କରିବା ପାଇଁ ହୋଇଥିବା ୧୬ଟି ଉଦ୍ୟମ ସଂପର୍କରେ  ବର୍ଣ୍ଣନା କରାଯାଇଛି। ଏହା ସହ ଆତଙ୍କବାଦୀମାନେ ପ୍ରତ୍ୟେକ ଥର ଅନ୍ତର୍ଜାତୀୟ ସୀମାରେ ଥିବା ବିଭିନ୍ନ ସେକ୍ଟରର କେଉଁ ମାର୍ଗ ନେଇ ଭାରତକୁ ଅନୁପ୍ରବେଶ କରନ୍ତି, ସୁରକ୍ଷା ବାହିନୀ ଦ୍ୱାରା ଆତଙ୍କବାଦୀଙ୍କଠାରୁ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ଏବଂ ଦଲିଲଗୁଡ଼ିକୁ ମଧ୍ୟ ଦସ୍ତାବିଜରେ ଦର୍ଶାଯାଇଛି। ସେମାନଙ୍କୁ ରୋକିବାକୁ ଚେଷ୍ଟା କରୁଥିବାବେଳେ ସୁରକ୍ଷା ବାହିନୀ ଦ୍ୱାରା ନିହତ ହୋଇଥିବା ଆତଙ୍କବାଦୀଙ୍କ ସଂଖ୍ୟା ମଧ୍ୟ ଏଥିରେ ତାଲିକାଭୁକ୍ତ ହୋଇଛି।

Jammu and Kashmir 2 people belonging to terrorist organization  Jaish-e-Mohammad were arrested from Tral - जम्मू कश्मीर: त्राल से आतंकी  संगठन जैश-ए-मोहम्मद से जुड़े 2 लोगों को गिरफ्तार ...
livehindustan

ଏହା ଜମ୍ମୁ-କଶ୍ମୀରରେ ଥିବା ଯୁବପିଢ଼ିଙ୍କୁ କିଭଳି ଭାବେ ଟାର୍ଗେଟ କରି ସେମାନଙ୍କୁ ଆତଙ୍କବାଦୀମାନେ ନିଜ ସହ ଯୋଡ଼ନ୍ତି, ସେ ବିଷୟରେ ଲେଖାଯାଇଛି। ମୋଟାମୋଟି ଭାରତକୁ ଅସ୍ଥିର ଓ ଅଶାନ୍ତ କରିବା ଲାଗି ପାକ-ସେନା ପକ୍ଷରୁ କରାଯାଇଥିବା ରୋଡମ୍ୟାପର ଖୁଲାସା କରିଛି ଏହି ଦସ୍ତାବିଜ୍।

ଦସ୍ତ‌ାବିଜର ତୃତୀୟ ଭାଗରେ ସାଧାରଣ ନାଗରିକଙ୍କୁ କିଭଳି ଟାର୍ଗେଟ କରାଯାଉଛି, ସେ ବିଷୟରେ ଉଲ୍ଲେଖ କରାଯାଇଛି। ନିକଟ ଅତୀତରେ ବିଶେଷ କରି ଧାରା ୩୭୦ ହଟିବା ପରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଏହା ସହ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ରାଜନୈତିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାରୁ ରୋକିବା ପାଇଁ ଜମ୍ମୁ-କଶ୍ମୀରରେ ରାଜନନୈତିକ କର୍ମୀ, ନେତା ଏବଂ ନିର୍ବାଚିତ ପ୍ରତିନିଧୀଙ୍କୁ ଟାର୍ଗେଟ କରୁଛନ୍ତି। ଗତ ତିନି ବର୍ଷ ମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ମୋଟ ୨୭ଜଣଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ।

ସମ୍ବନ୍ଧିତ ଖବର