ଗୁଜୁରାଟରେ ଚିହ୍ନଟ ହେଲା ଭାରତର ୩ୟ ଓମିକ୍ରନ ମାମଲା

ନୂଆଦିଲ୍ଲୀ : ଭାରତରେ ଓମିକ୍ରନର ପ୍ରଥମ ଦୁଇଟି ମାମଲା ଚିହ୍ନଟ ହେବାର ଦୁଇଦିନ ପରେ ୩ୟ ମାମଲା ଚିହ୍ନଟ ହୋଇଛି । ୩ୟ ମାମଲାଟି ଗୁଜୁରାଟରେ ଚିହ୍ନଟ ହୋଇଛି ।

ଗୁଜୁରାଟର ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଜିମ୍ବାଓ୍ବେରୁ ଫେରିଥିବା  ଜାମନଗରର ଜଣେ ବ୍ୟକ୍ତି କରୋନା ପଜିଟିଭ ବାହାରିଥିଲେ । ତାଙ୍କ ନମୁନାର ଜିନୋମ ସିକ୍ବେନ୍ସିଂ ପାଇଁ ପୁଣେର ଜାତୀୟ ଭୁତାଣୁ ବିଜ୍ଞାନ ପ୍ରତିଷ୍ଠାନ (ଏନଆଇଭି)କୁ ପଠାଯାଇଥିଲା । ସେଠାରୁ ଆସିଥିବାରୁ ରିପୋର୍ଟରେ ସେ ଓମିକ୍ରନ ସଂକ୍ରମିତ ବୋଲି ଜଣାପଡ଼ିଛି । ଏହା ପରେ ରାଜ୍ୟରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି । ଏହା ସହିତ ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରି ଏକାନ୍ତବାସରେ ରଖାଯିବା ସହ ନମୁନା ପରୀକ୍ଷଣ ଜାରି ରହିଛି ।

ଗତ ୨ ତାରିଖରେ ବେଙ୍ଗାଲୁରୁରେ ଦୁଇଟି କରୋନା ମାମଲା ଚିହ୍ନଟ ହୋଇଥିଲା । ବେଙ୍ଗାଲୁରୁକୁ ଆସିଥିବା ଜଣେ ୬୬ ବର୍ଷୀୟ ଦକ୍ଷିଣ ଆଫ୍ରିକୀୟ ନାଗରିକ ଓମିକ୍ରନ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ତେବେ ରିପୋର୍ଟ ଆସିବା ପୂର୍ବରୁ ସେ ଦୁବାଇ ପଳାଇଯାଇଛନ୍ତି । ସଂକ୍ରମିତ ୨ୟ ବ୍ୟକ୍ତି ଜଣକ ଜଣେ ଡାକ୍ତର ଓ ତାଙ୍କ ବୟସ ୪୬ ବର୍ଷ ଓ ତାଙ୍କର କୌଣସି ଯାତ୍ରା ଇତିହାସ ନଥିଲା । ଏହି ୨ୟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୫ ଜଣ ବ୍ୟକ୍ତି କରୋନା ସଂକ୍ରମିତ ଥିବା ଜଣାପଡ଼ିଛି ।

 

 

 

ସମ୍ବନ୍ଧିତ ଖବର