ନିର୍ବାଚନ ପ୍ରଚାର କରିବେ କଙ୍ଗନା! ବାଙ୍କେ ବିହାରୀ ଦର୍ଶନ ବେଳେ କଙ୍ଗନା ଦେଲେ ଏଭଳି ବୟାନ

ମୁମ୍ବାଇ: ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏବେ ନିର୍ବାଚନ ପ୍ରଚାରକୁ ଓହ୍ଲାଇବା ନେଇ ସଂକେତ ଦେଇଛନ୍ତି । ସେ ବୃନ୍ଦାବନର ଠାକୁର ବାଙ୍କେ ବିହାରୀ ଦର୍ଶନ କରିବାକୁ ଯାଇଥିବା ବେଳେ ଗଣମାଧ୍ୟମକୁ କହିଛନ୍ତି କି, ସେ ନେତା ନୁହଁନ୍ତି କିନ୍ତୁ ରାଷ୍ଟ୍ରବାଦୀ ଲୋକଙ୍କ ସପକ୍ଷରେ ସେ ନିର୍ବାଚନ ପ୍ରଚାର କରିବେ ।

ସୂଚନା ମୁତାବକ, କଙ୍ଗନା ବୃନ୍ଦାବନର ବାଙ୍କେ ବିହାରୀ ଦର୍ଶନ ପାଇଁ ସେଠାରେ ପହଞ୍ଚିଥିଲେ। ସେଠାରେ ପୂଜା ପାଠ କରିବା ପରେ ସେ ପୂଜାରୀଙ୍କଠାରୁ ଆଶୀର୍ବାଦ ନେବା ପରେ ଗଣମାଧ୍ୟମ ଓ ସାଧାରଣ ଲୋକ ତାଙ୍କ ପାଖରେ ଭିଡ ଜମାଇଥିଲେ । ଏହି କ୍ରମରେ ସେଠାରେ ଗଣମାଧ୍ୟମ ପ୍ରତିନିଧିମାନେ କଙ୍ଗନାଙ୍କୁ ନିର୍ବାଚନ ପ୍ରଚାର କରିବା ନେଇ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତରରେ କଙ୍ଗନା କହିଥିଲେ ଯେ, ଯିଏ ରାଷ୍ଟ୍ରବାଦୀ ସେ ସେମାନଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ । ଏହାସହ ସେ ସ୍ପଷ୍ଟ କରିଥିଲେ ଯେ, ସେ କୌଣସି ରାଜନୈତିକ ଦଳ ସହ ସଂପୃକ୍ତ ନୁହଁନ୍ତି, ଯିଏ ରାଷ୍ଟ୍ରବାଦ ଉପରେ କାମ କରିବ ସେହି ନେତାଙ୍କ ସପକ୍ଷରେ ସେ ନିର୍ବାଚନ ପ୍ରଚାରକୁ ଓହ୍ଲାଇବେ ବୋଲି କହିଛନ୍ତି ।

 

ସମ୍ବନ୍ଧିତ ଖବର