ପାରମ୍ପରିକ ବାଡ଼ି ଖେଳରେ ୭୦ ଆହତ

କୁର୍ନୁଲ (ଆନ୍ଧ୍ରପ୍ରଦେଶ) : ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାର ଦଶହରା ଉତ୍ସବରେ ପାରମ୍ପରିକ ବାଡି ଖେଳ ବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପ୍ରତିବର୍ଷ ପରି ବୁଧବାର ବିଳମ୍ବିତ ରାତିରେ ହୋଲାଗୋଣ୍ଡା ‘ମଣ୍ଡଳ’ (ବ୍ଲକ)ର ଦେବରାଗାଟୁ ଗ୍ରାମରେ ପାଳନ କରାଯାଉଥିବା ବାଣୀ ଉତ୍ସବ ସମୟରେ ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ। ଆହତମାନଙ୍କୁ ଆଡୋନି ଏବଂ ଆଲୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ସୂତ୍ରରୁ କୁହାଯାଇଛି।

ପ୍ରତିବର୍ଷ ଏକ ପାହାଡ ଉପରେ ଅବସ୍ଥିତ ମାଲା ମାଲେଶ୍ୱର ସ୍ବାମୀ ମନ୍ଦିରରେ ଦଶହରା ଉତ୍ସବରେ ବାଡ଼ି ଖେଳ ଆୟୋଜିତ ହୋଇଥାଏ। ଏଥିପାଇଁ ପୁଲିସ ଅନୁମତି ଦେଇ ନଥିଲେ ମଧ୍ୟ ଗ୍ରାମବାସୀ ଏହାକୁ ପରମ୍ପରାର ଅଂଶ ବୋଲି ଦାବି କରି ବାଡ଼ି ଖେଳର ଆୟୋଜନ କରିଥିଲେ।

ସମ୍ବନ୍ଧିତ ଖବର