ସିରିଆରେ ଆଇଏସ୍‌ ଆକ୍ରମଣ, ୭୫ ମୃତ

ନୂଆଦିଲ୍ଳୀ: ପୂର୍ବ ସିରିଆର ଏକ ଜନଗହଳି ଅଞ୍ଚଳରେ ଆଇଏସ୍‌ ଆତଙ୍କବାଦୀମାନେ କାର୍‌ ବୋମା ବିସ୍ଫୋରଣ ଘଟାଇଥିବାରୁ ୭୫ ଜଣ ନାଗରିକଙ୍କର ମୃତ୍ୟୁ ଘଟିଛି ବୋଲି ରବିବାର ପ୍ରକାଶ ପାଇଛି। ତେବେ, ଯୁଦ୍ଧ ପରେ ବିସ୍ଥାପିତ ହୋଇ ଗୋଟାଏ ସ୍ଥାନରେ ଏକତ୍ର ବସବାସ କରୁଥିବା ଲୋକଙ୍କ ଉପରେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ମୃତକଙ୍କ ବ୍ୟତୀତ ୧୪୦ ଜଣ ଆହତ ମଧ୍ୟ ହୋଇଛନ୍ତି।

ଶନିବାର ଡେୟାର୍‌ ଏଜାରର ପୂର୍ବ ପ୍ରାନ୍ତରେ ଏହି ଆକ୍ରମଣ ଫଳରେ ୭୫ ଜଣ ମୃତଙ୍କ ମଧ୍ୟରେ ଶିଶୁ ମଧ୍ୟ ଅଛନ୍ତି ବୋଲି ସିରିଆନ୍‌ ଅବ୍‌ଜରିଭେଟରି ଅଫ୍‌ ହ୍ୟୁମାନ୍‌ ରାଇଟ୍ସର ମୁଖ୍ୟ ରମି ଅବଦଲଲ ରହମନ ମନ୍ତବ୍ୟ ଦେଇଛନ୍ତି। ଅବଦଲ ରହମନ କହିଛନ୍ତି ଯେ ପ୍ରାନ୍ତରେ ହେଉଥିବା ଯୁଦ୍ଧ ମଝିରୁ ପୀଡ଼ିତମାନେ ପଡ଼ିଆ ଛାଡ଼ି ପଳାୟନ କରିଥିଲେ।

ଉଲ୍ଲେଖଯୋଗ୍ୟ, ଏପରି ଘଟଣା ପ୍ରଥମ ନୁହେଁ। ଅକ୍ଟୋବର ୧୨ ତାରିଖରେ ହସ୍‌ଖେସ୍‌ର ଉତ୍ତରପୂର୍ବରେ ହୋଇଥିବା ଏକ କାର୍‌ ବିସ୍ଫୋରଣରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା।

 

ସମ୍ବନ୍ଧିତ ଖବର