ଚତୁର୍ଥ ତାଲିକାରେ ୧୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଶୁକ୍ରବାର ଲୋକସଭା ନିର୍ବାଚନ ୨୦୨୪ ପାଇଁ ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦୁଇଟି ରାଜ୍ୟ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ ସମୁଦାୟ ୧୫ଜଣଙ୍କ ନାମ ଅଛି, ସେଥିମଧ୍ୟରୁ ଗୋଟିଏ ପୁଡୁଚେରୀ ପାଇଁ ଥିବାବେଳେ ବାକି ୧୪ଟି ତାମିଲନାଡୁର ବୋଲି ଜଣାପଡିଛି | ଏହି ସମସ୍ତ ୧୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଦୁଇଜଣ ମହିଳା ପ୍ରାର୍ଥୀ ମଧ୍ୟ ଅଛନ୍ତି। ପୁଡୁଚେରୀରୁ ଏ.ନମ୍ୱସ୍ୱୀୟମ, ତାମିଲନାଡୁର ତିରୁବଲଲୁରରୁ ପନ ବି ବାଲାଗନପତି, ଚେନ୍ନାଇ ଉତ୍ତରରୁ ଆରସି ପଲ, ତିରୁବନାମଲାଈରୁ ଏ ଆସ୍ୱଥମାନ, ନମକଲରୁ କେପି ରାମଲିଂଗମ, ତିରୁପୂରରୁ ଏପି ମୁରୁଗାନନ୍ଦ, ପୋଲାଚିରୁ କେ.ବସନ୍ତରାଜନ୍, କରୁରୁରୁ ଭି.ଭି ସେଣ୍ଟିଲନାଥନ୍, ଚିଦାମ୍ବରମ୍ (ଏସସି) ରୁ ପି କାର୍ତ୍ତିୟୟିନୀ ପ୍ରମୁଖଙ୍କୁ ପ୍ରାର୍ଥୀ କରାଯାଇଛି |

ଉଲ୍ଲେଖ ଥାଉ କି ଗତକାଲି ତାମିଲନାଡୁ ଲୋକସଭା ନିର୍ବାଚନ ପାଇଁ ବିଜେପି ୯ ଜଣ ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କରିଥିଲା । ତାମିଲନାଡୁ ବିଜେପି ମୁଖ୍ୟ କେ ଆନ୍ନାମଲାଇ କୋଏମ୍ବାଟୁର ଆସନରୁ, ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ଚେନ୍ନାଇ (ଦକ୍ଷିଣ)ରୁ, କେନ୍ଦ୍ରମନ୍ତ୍ରୀ ଏଲ୍ ମୁରୁଗାନ ନୀଳଗିରିରୁ ଏବଂ ନୈନାର ନଗେନ୍ଦ୍ରନ ତିରୁନେଲଭେଲିରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରାଯାଇଥିଲା। ଏହି ତାଲିକାରେ ରାଧାକ୍ରିଷ୍ଣନ, ଟିଆର୍ ପାରିବେନ୍ଧର, ନରସିଂହନ ଏବଂ ଏସି ଷଣ୍ମୁଗମ୍ ମଧ୍ୟ ଅଛନ୍ତି। ଟିଏମ୍‌ସି ଓ ଏଏମ୍‌ଏମ୍‌କେ ସମେତ ଛୋଟ ଦଳ ଓ ସଂଗଠନ ଏବଂ ଅଲଗା ହୋଇଥିବା ଏଆଇଏଡିଏମ୍‌କେ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନିରସେଲଭମ୍‌ଙ୍କ ସହ ଚୁକ୍ତି ସ୍ୱାକ୍ଷର କରିଥିବା ବିଜେପି ଚଳିତ ବର୍ଷ ଲୋକସଭା ନିର୍ବାଚନରେ ତାମିଲନାଡୁରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି।

ସମ୍ବନ୍ଧିତ ଖବର