ଦୁଇପିଲାଙ୍କୁ ହତ୍ୟା କରିଥିବା ସାଜିଦର ଭାଇ ପ୍ରତିକ୍ରିୟା ଦେଇ କହିଲା ଏଭଳି କଥା…

ବଦାୟୁଁ: ଉତ୍ତରପ୍ରଦେଶର ବଦାୟୁଁରେ ଘରେ ପଶି ଦୁଇଜଣ ଶିଶୁଙ୍କୁ ହତ୍ୟା କରିଥିବା ହତ୍ୟାକାରୀ ସାଜିଦର ପୁଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଯାଇଛି। ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଜାଭେଦକୁ ବି ପୁଲିସ ଗିରଫ କରି ନେଇଛି।

ଦୁଇଜଣ ଶିଶୁଙ୍କୁ ହତ୍ୟା କରିବା ପରେ ଜାଭେଦ ଫେରାର ଥିଲା। ପୁଲିସ ତାକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା। ଏମିତି କି ଜାଭେଦଙ୍କ ସମ୍ପର୍କ‌ରେ ଯିଏ ସୂଚନ ଦେବ ବା ଧରି ଆଣିବ ଉକ୍ତ ବ୍ୟକ୍ତିଙ୍କୁ ୨୫ହଜାର ଟଙ୍କା ରାଶି ପୁରସ୍କାର ଦିଆଯିବ ବୋଲି ବି ଘୋଷଣା କରିଥିଲା ପୁଲିସ। ଶେଷରେ ପୁଲିସ  ଜାଭେଦକୁ ବରେଲିରୁ ଗିରଫ କରି ସଫଳତା ପାଇଥିଲା।

ଜାଭେଦର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଅଭିଯୁକ୍ତ ସ୍ପଷ୍ଟ ଭାବେ କହୁଥିବା ଶୁଣିବାକୁ ମିଳୁଛି, ‘ମୁଁ ଜଣେ ସାଧାରଣ ମଣିଷ। ମୁଁ ଏପରି ଏକ ଅପରାଧିକ କାଣ୍ଡ ଘଟାଇ ନାହିଁ। ଯେଉଁ ଘରର ପିଲାଙ୍କୁ ମୋ ଭାଇ ହତ୍ୟା କରିଛି ସେ ଘର ସହିତ ଆମ ପରିବାର ଓ ମୋର ଭଲ ସମ୍ପର୍କ ଥିଲା। ଭଲମନ୍ଦରେ ଦୁଃଖସୁଖରେ ଆମେ ପରସ୍ପରକୁ ସାହାଯ୍ୟ କରିଥାଉ। କିନ୍ତୁ ଭାଇ ସାଜିଦ ଏମିତି ଏକ ଲୋମଟାଙ୍କୁରା ଘଟଣା କେମିତି ଓ କେଉଁ ପରିସ୍ଥିତିରେ ଘଟାଇଲା ମୁଁ କିଛି ବୁଝି ପାରୁନାହିଁ।

ଗତକାଲି ମୃତ ଆୟୁଷ ଓ ଆହାନଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଯାଇଛି। ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି କି, ବିଭିନ୍ନ ପ୍ରକାର ଧାରୁଆ ଅସ୍ତ୍ରରେ ଦୁଇପିଲାଙ୍କ ଉପରେ ସାଜିଦ ଆକ୍ରମଣ କରିଥିଲା। ଏମିତି କି ଆୟୁଷ ଶରୀରକୁ ହତ୍ୟାକାରୀ ସାଜିଦ ୧୪ଥର ଆଘାତ ଦେଇଥିବା ବେଳେ ୯ଥର ଆହାନ ଶରୀରକୁ ଛୁରାମାଡ଼ କରିଥିଲା।

ସମ୍ବନ୍ଧିତ ଖବର