ଭାରତକୁ ଘେରିବାକୁ ଚକ୍ରାନ୍ତ କରୁଛନ୍ତି ଚୀନ-ପାକିସ୍ତାନ

ନୂଆଦିଲ୍ଲୀ : ଉଭୟ ଚୀନ ଓ ପାକିସ୍ତାନ ପଟୁ ଏକାସମୟରେ ଭାରତ ପାଇଁ ବିପଦ ଆଶଙ୍କା ବଢିଚାଲିଛି । ଗୋଟିଏ ପଟେ ଚୀନ ଭାରତ ବିରୁଦ୍ଧରେ ସାମରିକ ପ୍ରସ୍ତୁତି ଚଳାଇଥିବାବେଳେ ଅନ୍ୟପଟେ ପାକିସ୍ତାନକୁ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରୁଛି ।

ପାକିସ୍ତାନର ନୌସେନାକୁ ସୁଦୃଢ କରିବାକୁ ଚୀନ ୪ଟି ଯୁଦ୍ଧ ଜାହାଜ ନିର୍ମାଣ କରୁଛି । ଏହି ୪ଟି ମଧ୍ୟରୁ ପ୍ରଥମ ଯୁଦ୍ଧ ଜାହାଜକୁ ଚୀନ ପାକିସ୍ତାନକୁ ହସ୍ତାନ୍ତର କରିଛି । ନିକଟରେ ସାଂଘାଇର ହୁଡୋଙ୍ଗ ଝାଙ୍ଗୁଆ ସିପୟାର୍ଡରେ ଏହି ଟାଇପ-୦୫୪ କ୍ଲାସ ଫ୍ରିଗ୍ରେଟର ଜଳାବତରଣ ହୋଇଛି । ଏହି ଜାହାଜରେ କ୍ଷେପଣାସ୍ତ୍ର, ରାଡାର,ସେନସର ଆଜି ବିଭିନ୍ନ ପ୍ରକାରର ଯୁଦ୍ଧଉପକରଣ ଲାଗିଛି । ଦୁଇଟି ଯୁଦ୍ଧ ଜାହାଜ ନିର୍ମାଣ ପାଇଁ ପାକିସ୍ତାନ ଗତ ୨୦୧୭ରେ ଚୀନ ସହିତ ଚୁକ୍ତି କରିଥିଲା । ତେବେ ପରେ ଏହାକୁ ୪ କୁ ବୃଦ୍ଧି କରାଗଲା । ଏହି ଜଳାବତରଣ ଅବସରରେ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମୁଦ କୁରେସୀ ଉପସ୍ଥିତ ଥିଲେ ।

ଏସବୁ ଜାହାଜ ଆସିବା ପରେ ପାକିସ୍ତାନ ନୌସେନା ଭାରତ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି କେତେକ ବିଶେଷଜ୍ଞ ଆଶଙ୍କା କରୁଛନ୍ତି । ଗୋଟିଏ ପଟେ ଭାରତ ମହାସାଗରରେ ଚୀନ ନୌସେନାର ଉପସ୍ଥିତି ବଢୁଥିବାବେଳେ ଅନ୍ୟପଟେ ଆରବ ସାଗରରେ ପାକିସ୍ତାନର ଶକ୍ତିବୃଦ୍ଧି ଭାରତ ପାଇଁ ଚିନ୍ତାର କାରଣ ହେବ ।

ସମ୍ବନ୍ଧିତ ଖବର