ଆଜି ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟି ଆଗାମୀକାଲି ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ‘ମିଗ୍‌ଜୌମ୍‌’

ନୂଆଦିଲ୍ଲୀ: ବଙ୍ଗୋପସାଗର ଉପରେ ଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୌମ୍‌’ ଆଜି ପୂର୍ବାହ୍ନ ସୁଦ୍ଧା ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟି ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ଦକ୍ଷିଣ ଆନ୍ଧ୍ର ଉପୂକଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସୂଚନାରେ ଉଲ୍ଲେଖ ଅଛି, ଦକ୍ଷିଣପଶ୍ଚିମ ଓ ତତ୍‌ସଙ୍ଗଲଗ୍ନ  ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୌମ୍’ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୦ କିଲୋମିଟର୍‌ ବେଗରେ ଉତ୍ତରପଶ୍ଚିମ ପ୍ରାନ୍ତକୁ ଗତି କରି ଆଜି ଭୋର୍‌ ୫.୩୦ ସୁଦ୍ଧା ପଶ୍ଚିମକେନ୍ଦ୍ରୀୟ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି।

ସ୍ଥଳଭାଗରୁ ହିସାବ କଲେ ‘ମିଗ୍‌ଜୌମ୍’ ସମ୍ପ୍ରତି ଚେନ୍ନାଇର ପୂର୍ବ-ଉତ୍ତରପୂର୍ବଠାରୁ ୧୧୦ କିଲୋମିଟର୍‌, ନେଲୋର୍‌ର ଦକ୍ଷିଣପୂର୍ବଠାରୁ ୧୧୦ କିଲୋମିଟର୍‌, ପଡ୍ଡୁଚେରୀର ଉତ୍ତରପୂର୍ବଠାରୁ ୨୧୦ କିଲୋମିଟର୍‌ ଓ ବପଟଲାର ଦକ୍ଷିଣ-ଦକ୍ଷିଣପୂର୍ବଠାରୁ ୩୧୦ କିଲୋମିଟର୍‌ ଏବଂ ମଛିଲିପଟ୍ଟନମ୍‌ର ଦକ୍ଷିଣପୂର୍ବଠାରୁ ୩୧୦ କିଲୋମିଟର୍‌ ଦୂର ସମୁଦ୍ର ଉପରେ ରହିଛି।

ଏହା ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଆହୁରି ତୀବ୍ରତର ହୋଇ ଆଜି ପୂର୍ବାହ୍ନ ସୁଦ୍ଧା ସାମୁଦ୍ରିକ ବାତ୍ୟା ପାଲଟିବାର ସମ୍ଭାବନା ଅଛି। ତା’ପରେ ଏହା ଉତ୍ତର ପ୍ରାନ୍ତ ପାଖେ ପାଖେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟ ଦେଇ ସମାନ୍ତରଳ ଭାବେ ଗତିଶୀଳ ହୋଇ ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ନେଲୋର୍‌ ଓ ମଛିଲିପଟନମ୍‌ ମଧ୍ୟ ଦେଇ ବପଟଲାର ନିକଟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଘଣ୍ଟା ପ୍ରତି ୧୧୦ କିଲୋମିଟର୍‌ ଦଲକା ସହିତ ଏହି ସମୟରେ ବତାସର ସର୍ବାଧିକ ବେଗ ରହିବ ୯୦ରୁ ୧୦୦ କିଲୋମିଟର୍‌।

ସମ୍ବନ୍ଧିତ ଖବର