ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ମତଦାନ: ଭୋଟ୍‌ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମଙ୍ଗଳବାରଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟରଙ୍କୁ ବହୁ ସଂଖ୍ୟାରେ ମତଦାନ କରିବାକୁ ବେଦନ କରିଛନ୍ତି। ମୋଦୀ ତାଙ୍କର ଭୋଟ୍‌ ଦେଇ ସାରିଲେଣି। ଗୁଜୁରାଟର ଅହମ୍ମଦାବାଦର ଏକ ମତଦାନ ବୁଥରେ ଭୋଟ୍ ଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ଆମ ଦେଶରେ ‘ଦାନ’ର ମହତ୍ତ୍ବ ରହିଛି। ତେଣୁ ଦେଶବାସୀ ଯଥାସମ୍ଭବ ସୋମନଙ୍କ ମତଦାନ କରିବା ଉଚିତ୍। ଆଗକୁ ଆସୁଛି ୪ର୍ଥ ପର୍ଯ୍ୟାୟ ଭୋଟ୍‌।”

ସକାଳୁ ସକାଳୁ କଡା ସୁରକ୍ଷା ବଳୟ ଭିତରେ ଯାଇ ନିଜ ମତ ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ଗୁଜରାଟ, ଅହମ୍ମଦାବାଦ ସ୍ଥିତ ନିସାନ ହାଇୟର ସେକେଣ୍ଡାରୀ ସ୍କୁଲରେ ମତ ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ସାଥିରେ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ଭୋଟ୍ ଦେବା ସହ ସେଠାରେ ଥିବା ଲୋକଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ଲୋକଙ୍କ ସହ ସେଲଫି ଉଠାଇବା ସହ ଛୋଟ ପିଲାଙ୍କ ସହ ଫଟୋ ବି ଉଠାଇଛନ୍ତି । ଭୋଟ୍ ଦେବା ପରେ କାଳି ଲଗା ଆଙ୍ଗୁଠି ଦେଖାଇ ଭୋଟ୍ ଦେବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ।

ଆଜି ତୃତୀୟ ପର୍ଯ୍ୟାୟ ମତଦାନ ୧୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହେଉଛି। ୧୦ଟି ରାଜ୍ୟ ତଥା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍ ଚାଲିଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବ୍ୟତୀତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା, ଏନସିପି (ଶରଧାଚନ୍ଦ୍ର ପାୱାର), ସୁପ୍ରିୟା ସୁଲେ ଏବଂ ସମାଜବାଦୀ ପାର୍ଟି ନେତା ଡିମ୍ପଲ ଯାଦବଙ୍କ ସମେତ ଅନେକ ବଡ଼ ବ୍ୟକ୍ତିଙ୍କ ନାମ ରହିଛି।

ସମ୍ବନ୍ଧିତ ଖବର