ଦୈନିକ ହାରାହାରି ୯୦ ଲକ୍ଷ ଡିବିଟି ହସ୍ତାନ୍ତର

ନୂଆଦିଲ୍ଲୀ : କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କୌଶଳ ବିକାଶ ଓ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ଭାରତ ବର୍ତ୍ତମାନ ଡିଜିଟାଲ ଅର୍ଥ ପଇଠ କ୍ଷେତ୍ରରେ ସାରା ବିଶ୍ଵରେ ଅଗ୍ରଣୀ ରହିଛି। ୨୦୧୩ ପରଠାରୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଜରିଆରେ ୨୪.୮ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ହସ୍ତାନ୍ତର କରାଯାଇଛି । ୨୦୨୧-୨୨ରେ ୬.୩ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ଦୈନିକ ହାରାହାରି ୯୦ ଲକ୍ଷରୁ ଅଧିକ ଡିଜିଟାଲ କାରବାର ହେଉଛି ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୧ତମ କିସ୍ତି ଆକାରରେ ଗୋଟିଏ ଦିନରେ ପ୍ରାୟ ୧୦ କୋଟି ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୨୦୦୦ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ଦିନକରେ ମାତ୍ର ଗୋଟିଏ ବଟନ୍‌ କ୍ଲିକ୍‌ କରିବା ଦ୍ୱାରା ପ୍ରାୟ ୧୦ କୋଟିରୁ ଅଧିକ ଡିଜିଟାଲ କାରବାର ହୋଇପାରିଛି। ୨୦୨୧-୨୨ରେ ୮,୮୪୦ କୋଟି ଟଙ୍କାରୁ ଅଧିକ ସଂଖ୍ୟକ ଡିଜିଟାଲ ଅର୍ଥ କାରବାର ହୋଇଛି। ଚଳିତ ବର୍ଷ ଜୁଲାଇ ୨୪ ସୁଦ୍ଧା ୩୩୦୦ କୋଟି ପାଖାପାଖି ଡିଜିଟାଲ ଅର୍ଥ କାରବାର ହୋଇଛି। ଗୋଟିଏ ଦିନରେ ହାରାହାରୀ ୨୮.୪ କୋଟି ଡିଜିଟାଲ ଅର୍ଥ କାରବାର ହୋଇଛି ।

ସମ୍ବନ୍ଧିତ ଖବର