ବାୟୁସେନା ଗାଡ଼ି ଉପରେ ଆକ୍ରମଣ ଏକ ନିର୍ବାଚନୀ ଷ୍ଟଣ୍ଟ୍: ଚନ୍ନି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ମଧ୍ୟରେ ଜମ୍ମୁ-କଶ୍ମୀରରେ ଭାରତୀୟ ବାୟୁସେନା ଉପରେ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗ ନିର୍ବାଚନୀ ରଙ୍ଗ ଧରିବାରେ ଲାଗିଛି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏହି ଆକ୍ରମଣକୁ ନିର୍ବାଚନୀ ଷ୍ଟଣ୍ଟ ବୋଲି କହିଛନ୍ତି। ଚନ୍ନି କହିଛନ୍ତି ଯେ ଯେତେବେଳେ ବି ନିର୍ବାଚନ ଆସେ, ଏପରି କରି ଷ୍ଟଣ୍ଟ ଖେଳାଯାଏ ଏବଂ ନିର୍ବାଚନରେ ବିଜେପିକୁ ଜିତାଇବାର ମାଧ୍ୟମ ପ୍ରସ୍ତୁତ କରାଯାଏ । ବିଜେପିକୁ ଜିତାଇବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଏହି ଷ୍ଟଣ୍ଟତିଆରି କରାଯାଇଥାଏ ଏବଂ ଲୋକଙ୍କୁ ହତ୍ୟା କରିବା ଏବଂ ସେମାନଙ୍କ ମୃତଦେହରେ ଖେଳିବା ବିଜେପିର କାମ । ଗତଥର ମଧ୍ୟ ଏଭଳି ଘଟଣା ଘଟିଥିଲା।

ଏହାପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରତିକ୍ରିୟା ରଖି କହିଥିଲେ ଯେ ଏହା ତାଙ୍କ ମାନସିକତାକୁ ଦର୍ଶାଉଛି। ଠାକୁର କହିଛନ୍ତି ଯେ ସେନାକୁ ମଜବୁତ କରିବା ପରିବର୍ତ୍ତେ କଂଗ୍ରେସ ୧୦ ବର୍ଷ ଧରି ଦଲାଲି କରିଛି। ସେ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଅକ୍ସାଇ ଚୀନ୍ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।

ସୂଚନାଯୋଗ୍ୟ ଯେ, ଶନିବାର ଜମ୍ମୁ-କଶ୍ମୀରର ପୁଞ୍ଚଠାରେ ଭାରତୀୟ ବାୟୁସେନାର କନଭୟ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର