ପ୍ରେମିକାଙ୍କ ମୃତଦେହକୁ ବଧୂ ବେଶରେ ସଜାଇ ୭ବର୍ଷ ପାଖରେ ରଖିଥିଲେ ଡାକ୍ତର ପ୍ରେମିକ

ନୂଆଦିଲ୍ଲୀ: ଜ‌ଣେ ଡାକ୍ତର ତାଙ୍କ ମୃତ ପ୍ରେମିକା ସହିତ ଦୀର୍ଘ ୭ବର୍ଷ ଧରି ରହିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଆପଣ ହୁଏତ ଏହାକୁ କାଳ୍ପନିକ ବୋଲି ଭାବୁ ଥାଇ ପାରନ୍ତି କି ଘଟଣାଟି ସତ।

ଡାକ୍ତର କାର୍ଲ ଟେନଜଲରଙ୍କ ଜନ୍ମ ୧୮୭୭ ମସିହା ଫେବୃଆରି ୮ ତାରିଖରେ ଜର୍ମାନର ଡ୍ରେସଡନରେ ହୋଇଥିଲା। ଡାକ୍ତରୀପାଠପଢ଼ିବା ପରେ ତାଙ୍କ ବିବାହ ହୋଇ ଯାଇଥିଲା। ବିବାହ ପରେ ସେ ଦୁଇଟି ସନ୍ତାନର ଜନକ ହୋଇଥିଲେ।

ଏହାପରେ ପରିବାରକୁ ଜର୍ମାନରେ ଛାଡ଼ି ଡାକ୍ତର କାର୍ଲ ୧୯୨୬ ମସିହାରେ ଆମେରିକା ଚାଲି ଆସିଥିଲେ। ଆମେରିକାର ଫ୍ଲୋରିଡାର ମରିନ ହସ୍ପିଟାଲରେ ସେ ଚାକିରି ଜୀବନ ଆରମ୍ଭ କରିଥିଲେ। ୧୯୩୦ ମସିହା ଏପ୍ରିଲ ୩ ତାରିଖରେ ଜଣେ ଟିବି ରୋଗୀ କାର୍ଲଙ୍କ ପାଖକୁ ଚିକିତ୍ସା କରାଇବାକୁ ଆସିଥିଲେ।

ଏହି ରୋଗୀଙ୍କୁ ଦେଖି ଡାକ୍ତର କାର୍ଲ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ପିଲାଥିଲା ବେଳେ ସେ ଏହି ଯୁବତୀଙ୍କୁ ସ୍ବପ୍ନରେ ଦେଖିଥିଲେ ବୋଲି ଦାବି କରିଥିଲେ। ଏହି କଥା କାର୍ଲ ଉକ୍ତ ଟିବି ରୋଗୀଙ୍କୁ ବି ଜଣାଇଥିଲେ। ଦୁହିଁଙ୍କ ମଧ୍ୟରେ ୩୨ବର୍ଷ ବୟସର ପାର୍ଥକ୍ୟ ରହିଥିଲା। ଏହା ସତ୍ତ୍ବେ ବି ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ। ଉକ୍ତ ଯୁବତୀ ଜଣକ ଡାକ୍ତର କାର୍ଲଙ୍କୁ ଭେଟିବାକୁ ପ୍ରତିଦିନ ହସ୍ପିଟାଲ ଆସୁଥିଲେ।

ଦୁଃଖର ବିଷୟ କି ୧୯୩୧ ମସିହା  ଅକ୍ଟୋବର ୨୫ ତାରିଖରେ ଟିବି ରୋଗୀ ଏଲେନାଙ୍କ ମୃତ୍ୟୁ ହୋଇଯାଇଥିଲା। ଡାକ୍ତର ଏଲେନାଙ୍କ ମୃତ୍ୟୁ ପରେ ଏକ ବଡ଼ କବର ଖୋଳିଥିଲେ, ସେଠାକୁ ଯାଇ ସେ ପ୍ରତିଦିନ ଏଲେନାଙ୍କ ସହିତ କଥା ହୋଇ ଆସିଥାଆନ୍ତି। ଦୁଇବର୍ଷ ପରେ ଡାକ୍ତର କବରରୁ ଏଲେନାଙ୍କୁ ବାହାର କରି ଆଣି ଘରେ ରଖିଥିଲେ।

ଏଲେନାଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ପଚିଶଢ଼ି ଯାଇଥିଲା। କେବଳ ହାଡ ରହିଥିଲା। କାର୍ଲ ଏହାକୁ ପରିସ୍କାର କରିବା ସହିତ ତା’ ଉପରେ  ପ୍ଲାଷ୍ଟର ଅଫ ପ୍ୟାରିସ ଲଗାଇ ଏଲେନାଙ୍କ ଭଳି ଆକୃତି ଦେଇ ବଧୂ ବେଶରେ ସଜାଇ ଥିଲେ। ଏପରି ଭାବେ କାର୍ଲ ଏଲେନାଙ୍କ ସହିତ ୭ବର୍ଷ ରହିବା ପରେ ଖବର ସାମ୍ନାକୁ ଆସିଥିଲା।

ପୁଲିସ ଏହି ଘଟଣାରେ କାର୍ଲଙ୍କୁ ଗିରଫ କରିଥିଲା। କିନ୍ତୁ ସେ ସମୟରେ ଏମିତି ଘଟଣାକୁ ନେଇ କୌଣସି ଦଣ୍ଡ ନଥିବାରୁ କାର୍ଲଙ୍କୁ ଛାଡ଼ି ଦିଆଯାଇଥିଲା। ୧୯୫୨ ମସିହା ଜୁଲାଇ ୩ ତାରିଖରେ ଡାକ୍ତର କାର୍ଲଙ୍କ ମୃତ୍ୟୁ ହୋଇଯାଇଥିଲା।

 

ସମ୍ବନ୍ଧିତ ଖବର