ନିର୍ବାଚନୀ ରାଲି ଓ ରୋଡସୋ ଉପରେ ନିର୍ବାଚନ ଆୟୋଗଙ୍କ କଟକଣା ଜାନୁଆରି ୩୧ ପର୍ଯ୍ୟନ୍ତ ବଢିଲା

ନୂଆଦିଲ୍ଲୀ : ନିର୍ବାଚନୀ ରାଲି ଓ ରୋଡସୋ ଉପରେ ନିର୍ବାଚନ ଆୟୋଗ ଲଗାଇଥିବା କଟକଣା ଆସନ୍ତା ଜାନୁଆରି ୩୧ ପର୍ଯ୍ୟନ୍ତ ବଢାଇଦିଆଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ରାଜନୈତିକ ଦଳ ଓ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନଙ୍କ ଦ୍ବାରା ଜନସଭା ଲାଗି ଜାନୁଆରି ୨୮ରୁ କଟକଣାକୁ କିଛିଟା କୋହଳ କରାଯିବ । ସେହିପରି ୨ୟ ପର୍ଯ୍ୟାୟ ପାଇଁ ଫେବ୍ରୁଆରି ୧ରୁ ଅନୁମତି ଦିଆଯିବ । ତେବେ ଏସବୁ ଜନସଭା କରିବାବେଳେ କୋଭିଡ ନିୟମ ପାଳନ କରାଯିବ ।

ଅନ୍ୟପକ୍ଷରେ ପୂର୍ବରୁ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିବାକୁ ସର୍ବାଧିକ ୫ ଜଣଙ୍କୁ ଅନୁମତି ଥିବାବେଳେ ଏବେ ତାହାକୁ ୧୦ ଜଣକୁ ବୃଦ୍ଧି କରାଯାଇଛି । ଖୋଲା ସ୍ଥାନରେ ଭିଡିଓ ଭ୍ୟାନ ମାଧ୍ୟମରେ ପ୍ରଚାରକୁ ଅନୁମତି ଦିଆଯାଇଛି । ତେବେ ଏସବୁ କରିବାବେଳେ କୋଭିଡ ନିୟମ ପାଳନ କରାଯିବ ବୋଲି ଆୟୋଗ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଆସନ୍ତା ଫେବ୍ରୁଆରି ୧୦ରୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏହି ୫ଟି ରାଜ୍ୟ ହେଲା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର । ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ହେବ । ଫେବ୍ରୁଆରି ୧୦ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ୨ୟ ପର୍ଯ୍ୟାୟ ନିର୍ବାଚନ ୧୪ ଫେବ୍ରୁଆରିରେ ୪ଟି ରାଜ୍ୟ ଯଥା ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ ଓ ଉତ୍ତରାଖଣ୍ଡରେ ହେବ । ମଣିପୁରରେ ଫେବ୍ରୁଆରି ୨୭ ଓ ମାର୍ଚ୍ଚ ୩ରେ ଭୋଟ ଗ୍ରହଣ ହେବ ।

ସମ୍ବନ୍ଧିତ ଖବର