କ୍ରମାଗତ ୨ୟ ଦିନରେ ଆକ୍ରାନ୍ତଙ୍କ ତୁଳନାରେ ଅଧିକ ସୁସ୍ଥ; ଆଜି ଆରୋଗ୍ୟ ହେଲେ ୧୧,୩୪୪

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ନିମ୍ନଗାମୀ ହେବାରେ ଲାଗିଛି। କ୍ରମାଗତ ୨ୟ ଦିନରେ ନୂଆ ଆକ୍ରାନ୍ତଙ୍କ ତୁଳନାରେ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି। ଆଜି ରାଜ୍ୟରେ ୧୧ ହଜାର ୩୪୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୬୬ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୦ହଜାର ୭୬୭ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୨୧୩୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୮୪୭, ବାଲେଶ୍ୱରରୁ ୭୮୩, ସମ୍ବଲପୁରରୁ ୩୭୯, ମୟୂରଭଂଜରୁ ୨୭୫, ପୁରୀରୁ ୨୬୯, ବଲାଙ୍ଗୀରରୁ ୨୩୪, ଯାଜପୁରରୁ ୨୧୦ ଓ ଜଗତସିଂହପୁରରୁ ୧୯୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ନବରଂଗପୁରରୁ ୧୬୬, ରାୟଗଡ଼ାରୁ ୧୫୭, ଗଂଜାମରୁ ୧୫୫, କଳାହାଣ୍ଡିରୁ ୧୫୪, ନୟାଗଡ଼, ସୁବର୍ଣ୍ଣପୁରରୁ ୧୪୬ ଜଣ ଲେଖାଏଁ, ଭଦ୍ରକରୁ ୧୩୮, ବରଗଡ଼, କେନ୍ଦୁଝରରୁ ୧୩୬ ଲେଖାଏଁ, ଅନୁଗୁଳରୁ ୧୨୯ ଗଜପତିରୁ ୧୧୭, କୋରାପୁଟରୁ ୧୧୦, ଝାରସୁଗୁଡ଼ାରୁ ୧୦୭, କେନ୍ଦ୍ରାପଡ଼ାରୁ ୯୦, ବୌଦ୍ଧରୁ ୮୬, କନ୍ଧମାଳରୁ ୫୦, ମାଲକାନଗିରିରୁ ୪୯, ଢେଙ୍କାନାଳରୁ ୩୯, ଦେବଗଡ଼ରୁ ୨୩ ଓ ରାଜ୍ୟପୁଲରୁ ୭୧୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ଆଜି ରାଜ୍ୟରୁ ୮୮୪୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତକାଲି ୯୮୩୩ ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିଲା ବେଳେ ୧୦ ହଜାର ୩୯୦ ଜଣ ସୁସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର