ସନ୍ତାନ କେବଳ ପିତାଙ୍କ ସାଙ୍ଗିଆ ବ୍ୟବହାର କରିବାକୁ ବାଧ୍ୟ ନୁହନ୍ତି :  ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଏହି ରାୟ ଶୁଣାଇଛନ୍ତି । ଜଣେ ସନ୍ତାନ ନିଜ ଇଚ୍ଛା ଅନୁସାରେ ନିଜ ପିତା କିମ୍ବା ମାତାଙ୍କ ସାଙ୍ଗିଆ ବ୍ୟବହାର କରିପାରିବ ।  ନିଜ ନିଜର ସାଙ୍ଗିଆ ବ୍ୟବହାର କରିବାକୁ ପିତା କିମ୍ବା ମାତା ସନ୍ତାନମାନଙ୍କୁ ବାଧ୍ୟ କରିପାରିବେ ନାହିଁ ।

ଦିଲ୍ଲୀର ଜଣେ ବ୍ୟକ୍ତି କରିଥିବା ଆବେଦନ ଉପରେ ବିଚାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି ।  ଉକ୍ତ ବ୍ୟକ୍ତି ଓ ତାଙ୍କ ପତ୍ନୀ ଅଲଗା ରହୁଥିବାବେଳେ ସେମାନଙ୍କ ନାବାଳିକା ଝିଅ  ନିଜ ମା’ଙ୍କ ସାଙ୍ଗିଆ ବ୍ୟବହାର କରୁଛି । ଏହାକୁ ବିରୋଧ କରି ସଂପୃକ୍ତ ବ୍ୟକ୍ତି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ମାମଲାର ବିଚାର କରି ଜଷ୍ଟିସ ରେଖା ପାଟିଲ କହିଛନ୍ତି ଯେ ଜଣେ ପିତା ନିଜ ସନ୍ତାନର ମାଲିକ ନୁହେଁ । ଏଣୁ ସନ୍ତାନ କେବଳ ପିତାଙ୍କ ସାଙ୍ଗିଆ ବ୍ୟବହାର କରିବାକୁ ବାଧ୍ୟ ନୁହଁନ୍ତି । ସନ୍ତାନ ନିଜ ଇଚ୍ଛା ମୁତାବକ ପିତା କିମ୍ବା ମାତାଙ୍କ ସାଙ୍ଗିଆ ବ୍ୟବହାର କରିପାରିବ ।

ଏହି ମାମଲାର ଶୁଣାଣି ବେଳେ ଆବେଦନକାରୀଙ୍କ ଓକିଲ ଯୁକ୍ତି କରିଥିଲେ ଯେ ସନ୍ତାନ ଜଣକ ନାବାଳିକା ଥିବାରୁ ଏ ସମ୍ପର୍କରେ ନିଜେ ନିଷ୍ପତ୍ତି ନେଇପାରିବେ ନାହିଁ । କିନ୍ତୁ କୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ ।

ସମ୍ବନ୍ଧିତ ଖବର