ଜଗତସିଂହପୁର ଜିଲ୍ଲାରେ ୩୮ ଏସ୍‌ଆଇ ଓ ଏଏସ୍‌ଆଇଙ୍କ ବଦଳି

ଜଗତସିଂହପୁର ଟାଉନ୍: ଜଗତସିଂହପୁର ଜିଲ୍ଲାରେ ନୂତନ ଏସ୍‌ପି ଭାବେ ବରିଷ୍ଠ ଆଇପିଏସ୍‌ ଅଫିସର ଅଖିଳେଶ୍ବର ସିଂହ ଯୋଗଦେବା ପରେ ପୁଲିସ ମହଲରେ କମ୍ପନ ସୃଷ୍ଟି ହେଲାଣି। ମାଫିଆ, ଗୁଣ୍ତା ବଦମାସ୍‌, ନିଶା ବେପାରୀ ଭୟଭୀତ ହୋଇଥିବା ବେଳେ ଲାଞ୍ଚୁଆ ଓ ଦାୟିତ୍ବରେ ଖିଲାପ କରୁଥିବା ଅଧିକାରୀଙ୍କ ଭିତରେ ଛନକା ପଶିଛି। ଜିଲ୍ଲାର ପୋଲିସ ବ୍ୟବସ୍ଥାର ସୁଧାର ଆଣିବା ପାଇଁ ଏସ୍‌ପି ଆଜି ଏସ୍‌ଆଇ ଓ ଏଏସ୍‌ଆଇ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏସ୍‌ପି ଶ୍ରୀ ସିଂ ଯୋଗଦେବା ପରେ ପ୍ରଥମେ ସମସ୍ତ ଥାନା ବୁଲି ସ୍ଥିତି ପରଖିଥିଲେ। ନିଜସ୍ବ ଉଦ୍ୟମରେ ଜିଲ୍ଲାର ଅପରାଧିକ ପୃଷ୍ଠଭୂମି ଉପରେ ତଥ୍ୟ ସଂଗ୍ରହ କରିଥିଲେ। କିଛି ଦିନ ତଳେ ସବୁ ଥାନାକୁ ଅଧିକାରୀଙ୍କ ରିପୋର୍ଟ ମାଗିଥିଲେ। ଏହାପରେ ଜିଲ୍ଲାର ଏଏସ୍‌ଆଇ ଓ ଏସ୍‌ଆଇ ସ୍ତରରେ ୩୮ ଜଣଙ୍କ ବଦଳି କରାଯାଇଛି। ସେମାନଙ୍କ ମଧ୍ୟରେ ବାଲିକୁଦା ଥାନାରେ କାର୍ଯ୍ୟରତ ଏସ୍‌ଆଇ ଚିରଞ୍ଜୀବୀ ବେହେରାଙ୍କୁ ଜଗତସିଂହପୁର ଥାନାକୁ ବଦଳି କରାଯାଇଛି। ଜଗତସିଂହପୁର ଥାନାରେ ଥିବା ଏସ୍‌ଆଇ ପଂଚାନନ ଗୋଛାୟତ ଓ ଆରତୀଲତା ଧରଙ୍କୁ ପାରାଦୀପ ଆଦର୍ଶ ଥାନାକୁ ବଦଳି କରାଯାଇଛି। ଜଗତସିଂହପୁର ଥାନାରେ କାର୍ଯ୍ୟରତ ମହିଳା ଏସ୍‌ଆଇ ଶ୍ବେତପଦ୍ମା ଦାସଙ୍କୁ ପାରାଦୀପ ଶିଳ୍ପାଚଂଳ ଅଭୟଚାନ୍ଦପୁର ଥାନାକୁ ବଦଳି କରାଯାଇଛି। ବିରିଡ଼ି ଥାନାର ଏସ୍‌ଆଇ ଜୀବନ ଲାକ୍ରାଙ୍କୁ ପାରାଦୀପ ଲକ୍ ଥାନା, ନାଉଗାଁ ଥାନାର ପ୍ରତାପ କୁମାର ଦାସଙ୍କୁ ଜଗତସିଂହପୁର ଥାନାକୁ ବଦଳି କରାଯାଇଛି। ସେହିପରି ରଘୁନାଥପୁର ଥାନାର ଏସ୍‌ଆଇ ଚିନ୍ମୟ ରଂଜନ ପାଣିଙ୍କୁ ଅଭୟଚାନ୍ଦପୁର ଥାନା, ପାରାଦୀପ ଆଦର୍ଶ ଥାନାର ବିଭୂତି ଭୂଷଣ ବିଶ୍ବାଳଙ୍କୁ ନାଉଗାଁ ଥାନା, କୁଜଙ୍ଗ ଥାନାର ସୁକାନ୍ତି କଣ୍ତନକେଲଙ୍କୁ ଜଗତସିଂହପୁର ଥାନା, ଶୁଭ୍ରଜିତ ଦାସଙ୍କୁ ଅଭୟ ଚାନ୍ଦପୁର ଥାନା, ଏରସମାର ଦିନେଶ କୁମାର ପଟ୍ଟାଙ୍କୁ ତିର୍ତୋଲ ଥାନା, ଏସ୍‌ଆଇ ଦିପ୍ତିମୟୀ ବିଶ୍ବାଳଙ୍କୁ ବାଲିକୁଦା ଥାନା, ରାଜେନ୍ଦ୍ର କୁମାର ଭୋଳଙ୍କୁ ଜଗତସିଂହପୁର ଥାନା, ଆଝାମଣୀ ଟୁଡ଼ୁଙ୍କୁ ବିରିଡ଼ି ଥାନା, ପଦ୍ମାଳୟା ପ୍ରଧାନଙ୍କୁ ତିର୍ତୋଲ ଥାନାକୁ ବଦଳି କରାଯାଇଛି।

ତିର୍ତୋଲ ଥାନାରୁ ଯୋଗେଶ୍ବର ବେହେରାଙ୍କୁ ଏରସମା ଥାନା, ମହିଳା ଏସ୍‌ଆଇ ଧରିତ୍ରୀ ଜେନାଙ୍କୁ ପାରାଦୀପ ଲକ୍ ଥାନା, ପାରାଦୀପ ଲକ୍ ଥାନାର ରଜନୀକାନ୍ତ ଦାସଙ୍କୁ କୁଜଙ୍ଗ ଥାନା, ମହିଳା ଏସ୍‌ଆଇ କଲ୍ୟାଣମୟୀ ଷେଣ୍ଢଙ୍କୁ ଏରସମା ଥାନା, ଏଏସ୍‌ଆଇ ଦୀପ୍ତି ରଂଜନ ମହାପାତ୍ରଙ୍କୁ ଜଗତସିଂହପୁର ବିଦ୍ୟୁତ୍ ଥାନାରୁ କୁଜଙ୍ଗ କୋର୍ଟ, ଜଗତସିଂହପୁର ଡିଆଇବିରୁ ଏଏସ୍‌ଆଇ ଦୀପକ ରଂଜନ ନାୟକଙ୍କୁ ରିଜର୍ଭ ଇନ୍‌ସପେକ୍ଟର କାର୍ଯ୍ୟାଳୟର, ବିରିଡ଼ି ଥାନା ଏଏସ୍‌ଆଇ ରମେଶ ଚନ୍ଦ୍ର ରାଉତଙ୍କୁ କୁଜଙ୍ଗ ଥାନା, ବାଲିକୁଦା ସୁରେନ୍ଦ୍ର କୁମାର ଦାସଙ୍କୁ ତିର୍ତୋଲ ଥାନା, ଏଏସ୍‌ଆଇ ନିତ୍ୟାନନ୍ଦ ସ୍ବାଇଁଙ୍କୁ ବିରିଡ଼ି ଥାନା, ନାଉଗାଁ ଥାନାର ଅଶୋକ କୁମାର ମହାନ୍ତିଙ୍କୁ ପାରାଦୀପ ଲକ୍ ଥାନା, ତିର୍ତୋଲ ଥାନାର ସୌମେନ୍ଦ୍ର କୁମାର ନାୟକଙ୍କୁ ବିରିଡ଼ି ଥାନା, ପ୍ରମୋଦ କୁମାର ମଲ୍ଲିକଙ୍କୁ ବାଲିକୁଦା ଥାନା, କୁଜଙ୍ଗ ଥାନାର ଦେବରାଜ ପ୍ରଧାନଙ୍କୁ ରଘୁନାଥପୁର ଥାନା, କୁଜଙ୍ଗ କୋର୍ଟରେ କାମ କରୁଥିବା ଏଏସ୍‌ଆଇ ଭୀମସେନ ପଣ୍ତାଙ୍କୁ ନାଉଗାଁ ଥାନା, ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଏରସମା ଥାନା, ପୁଲିସ ରିଜର୍ଭ କାର୍ଯ୍ୟାଳୟର ଏଏସ୍‌ଆଇ ସୁଶୀଲ କୁମାର ବିଶ୍ବାଳଙ୍କୁ ଜଗତସିଂହପୁର ଥାନା, ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ଏରସମା ଥାନା, ମଙ୍ଗୁଳି ବେହେରାଙ୍କୁ ବାଲିକୁଦା ଥାନା, ବୁଦ୍ଧନାଥ ସେଠୀଙ୍କୁ ଅଭୟଚାନ୍ଦପୁର ଥାନା, ଏରସମା ଥାନାର ଚନ୍ଦ୍ରମଣି ସାହୁଙ୍କୁ ତିର୍ତୋଲ ଥାନା, ନିର୍ଭୀକାର ବିଶ୍ବାଳଙ୍କୁ ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା, ଗୁନଲତା ଜେନାଙ୍କୁ ପାରାଦୀପ ଆଦର୍ଶ ଥାନା, ଭଗବାନ ମାଝୀଙ୍କୁ ପାରାଦୀପ ଆଦର୍ଶ ଥାନାକୁ ବଦଳି କରାଯାଇଛି। ବିଶେଷ କରି ଜିଲ୍ଲାର ବିଭିନ୍ନ ଥାନାରେ ୨ରୁ ୩ ବର୍ଷ ଧରି ରହିଥିବା ଅଧିକାରୀମାନଙ୍କୁ ବଦଳି କରାଯାଇଛି। ଜିଲ୍ଲାରେ ଚାଲିଥିବା ବ୍ରାଉନସୁଗାର କାରବାରକୁ ରୋକିବା ସହ ପୋଲିସକୁ ଅଧିକ କ୍ରିୟାଶୀଳ ଦିଗରେ ଉଦ୍ୟମ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର