ଜମ୍ମୁ ବସ୍‌ ଷ୍ଟାଣ୍ଡ୍‌ରେ ଗ୍ରେନେଡ୍‌ ବିସ୍ଫୋରଣ; ଅନ୍ୟୂନ ୨୬ ଆହତ

ଶ୍ରୀନଗର: ଗୁରୁବାର ପୂର୍ବାହ୍ନରେ ଜମ୍ମୁ ବସ୍‌ ଷ୍ଟାଣ୍ଡ୍‌ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୨୬ ଜଣ ଲୋକ ଆହତ ହୋଇଛନ୍ତି।

ଆହତ ଲୋକମାନଙ୍କୁ ବକ୍‌ଶି ନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସେଠାରୁ ଜମ୍ମୁର ସରକାରୀ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି। ବିସ୍ଫୋରଣସ୍ଥଳରେ ରାଜ୍ୟ ପୁଲିସ ଏବଂ ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ ଫୋର୍ସ ଉପସ୍ଥିତ ଅଛନ୍ତି।

ଏହା ଗୋଟାଏ ଗ୍ରେନେଡ୍‌ ଆକ୍ରମଣ ବୋଲି ଜମ୍ମୁର ଇନ୍‌ସ୍‌ ପେକ୍ଟର୍‌ ଜେନେରାଲ୍‌ ନିଶ୍ଚିତ କରି କହିଛନ୍ତି।

ପୁଲିସ କହିଛି ଗୋଟିଏ ବସ୍‌ ତଳେ ଏହି ଗ୍ରେନେଡ୍‌ ବିସ୍ଫୋରଣ ହେବା ପରେ ଟୁକୁରା ଟୁକୁରା ହୋଇ ଆଖପାଖରେ ବିଛାଡ଼ି ହୋଇ ଯାଇଥିଲା।
ଘଟନା ସମୟରେ ଆନ୍ତଃ-ରାଜ୍ୟ ବସ୍‌ ଟର୍ମିନସ୍‌ରେ କେତେକଗୁଡ଼ିଏ ଲୋକ ମହଜୁଦ ଥିଲେ। ଆଖପାଖ ଅଞ୍ଚଳର ଲୋକେ ଏହି ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିପାରିଥିଲେ।

ଜଣେ ପ୍ରତ୍ୟକ୍ଷଦର୍ଶୀ କହନ୍ତି: ପ୍ରଚଣ୍ଡ ଶବ୍ଦ ହେବା ବେଳେ ମୁଁ ଗୋଟାଏ ଜୁସ୍‌ ଦୋକାନ ପାଖରେ ଠିଆ ହୋଇଥିଲି। ଗୋଟାଏ ଟାୟାର୍‌ ଫାଟିଲା ବୋଲି ପ୍ରଥମେ ଶୁଣିଲୁ। ପରେ ଜଣାପଡ଼ିଲା ସେଇଟା ଗ୍ରେନେଡ୍‌ ବିସ୍ଫୋରଣ।

ବିସ୍ଫୋରଣ ପ୍ରଭାବରେ ବସ୍‌ ଓ ଅନ୍ୟାନ୍ୟ ଗାଡ଼ିର ଝରକା କାଚ ଭାଙ୍ଗି ଯାଇଛି।

ସମ୍ବନ୍ଧିତ ଖବର