ଦେଶରେ ସଂକ୍ରମଣ କମୁଛି: ଦିନକରେ ୨.୫୮ ଲକ୍ଷ ମାମଲା, ଦିଲ୍ଲୀ, ମୁମ୍ବାଇରେ ବି ତଳମୁହାଁ

ନୂଆଦିଲ୍ଲୀ: ‌ଦେଶରେ ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୨.୫୮ ଲକ୍ଷ ନୂଆ କୋଭିଡ୍ସଂ‌ କ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ସଂକ୍ରମଣ ମାମଲାରେ ୫ ପ୍ରତିଶତ ହ୍ରାସ ହୋଇଛି। ଦେଶ‌ରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩.୭୩ କୋଟିରେ ପହଞ୍ଚିଥିବା ବେଳେ ଗତ ୨୪ ଘଣ୍ଟାରେ ୩୮୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ଏବଂ ଦେଶରେ ‌ମୋଟ୍‌ ମୃତ୍ୟୁସଂଖ୍ୟା ୪,୮୬,୪୫୧କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ୧୬,୫୬,୩୪୧ ରହିଛି। ୨୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮,୨୦୯ରେ ପହଞ୍ଚିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୭୩୮ ଓମିକ୍ରନ୍‌ ଆକ୍ରାନ୍ତ ଥିବାବେଳେ ଦିଲ୍ଲୀରେ ୧୬୭୨ ଓମିକ୍ରନ୍‌ ଆକ୍ରାନ୍ତ ରହିଛନ୍ତି। ଦେଶରେ ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୪.୪୩ ପ୍ରତିଶତ। ଅନ୍ୟପକ୍ଷେ ଆରୋଗ୍ୟ ହାର ୯୪.୨୭ ପ୍ରତିଶତକୁ କମି ଆସିଛି। ଦୈନିକ ପଜିଟିଭ୍‌ ହାର ୧୯.୬୫ ପ୍ରତିଶତ ଥିବାବେଳେ ସାପ୍ତାହିକ ପଜିଟିଭ୍‌ ହାର ୧୪.୪୧ ପ୍ରତିଶତ ରହିଛି। ଅନ୍ୟପକ୍ଷେ ଦେଶରେ ମୋଟ୍‌ ଟିକାକରଣ ୧୫୭.୨୦ କୋଟି ଟପିଛି।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୪୧,୩୨୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ମହାରାଷ୍ଟ୍ର ସଂକ୍ରମଣ ମାମଲା କମ୍‌ ରହିଛି। ମହାରାଷ୍ଟ୍ରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୭୨,୧୧,୮୧୦ ରହିଛି । ଅନ୍ୟପକ୍ଷେ ରାଜ୍ୟରେ ମୃତ୍ୟୁସଂଖ୍ୟା ୧,୪୧,୮୦୮ରେ ପହଞ୍ଚିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୮ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ରବିବାର ଦିନ ୧୮,୨୮୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୮ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ପଜିଟିଭ୍‌ ହାର ୩୦.୬୪ରୁ ୨୭.୮୭ ପ୍ରତିଶତକୁ କମିଯାଇଛି। ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଦିଲ୍ଲୀରେ ୩ ଗୁଣା ଟେଷ୍ଟିଂ ବୃଦ୍ଧି କରାଯାଇଥିବା ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟାରେ ହୋଇଥିବା କରୋନା ମୃତ୍ୟୁରୁ କେରଳରେ ୧୫୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପଶ୍ଚିମବଙ୍ଗରେ ୩୬ ଜଣଙ୍କ ମୃତ୍ୟୁ ହୋଇଛି।

ନୂଆଦିଲ୍ଲୀ : ଦେଶର ୨ ପ୍ରମୁଖ ସହର ଦିଲ୍ଲୀ ଏବଂ ମୁମ୍ବାଇରେ ଲଗାତାର ୨ ଦିନ ଧରି ସଂକ୍ରମଣ କମୁଛି। ମୁମ୍ବାଇରେ ଦୈନିକ ନୂଆ ସଂକ୍ରମଣ ମାମଲା ପ୍ରଥମ ଥର ପାଇଁ ରବିବାର ଦିନ ୧୦ ହଜାର ତଳେ ରହିଛି। ଗତକାଲି ୭,୮୯୫ ନୂଆ ମାମଲା ଚିହ୍ନଟ ‌ହୋଇଛି। ଜାନୁଆରି ୭ରେ ମୁମ୍ବାଇରେ ସର୍ବାଧିକ ୨୦,୯୭୧ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ଜାନୁଆରି ୧୩ରେ ଦିଲ୍ଲୀରେ ସର୍ବାଧିକ ୨୮,୮୬୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। କିନ୍ତୁ ଏହାପରେ ସଂକ୍ରମଣ କମିଛି। ଗତ ୨୪ ଘଣ୍ଟାରେ ୧୨,୫୨୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୨୪ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ତୁଳନାରେ ଦିଲ୍ଲୀରେ ଆଜି ସଂକ୍ରମଣ ୩୧ ପ୍ରତିଶତ କମିଛି। ଦିଲ୍ଲୀରେ ଟେଷ୍ଟ୍‌ ପଜିଟିଭ୍‌ ହାର ଏବେ ୨୭.୯୯ ପ୍ରତିଶତ ଏବଂ ସକ୍ରିୟ ମାମଲା ୮୩, ୯୮୨ ରହିଛି । ତେବେ ଦିଲ୍ଲୀ ଏବଂ ମୁମ୍ବାଇରେ ସଂକ୍ରମଣ ଅଚାନକ ଅତି ବଢ଼ିଯାଇଥିଲେ ମଧ୍ୟ ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା କମ୍‌ ରହିଛି। ଅଧିକାଂଶ ରୋଗୀଙ୍କଠାରେ କରୋନାର ଲକ୍ଷଣ ଖୁବ୍‌ କମ୍‌ ରହିଛି ଏବଂ ସେମାନେ ଘରେ ରହି ସୁସ୍ଥ ହେଉଛନ୍ତି।

ସମ୍ବନ୍ଧିତ ଖବର