କୃଷକ-ଏମଏସଏମଇକୁ ଋଣ ମିଳିବା‌ ହେବ ସହଜ,ଆରବିଆଇ ଆଣିବ ନୂଆ ଯୋଜନା

ନୂଆଦିଲ୍ଲୀ: ଋଣ ପାଇବାରେ କୃଷକ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଦୂର ହେବାକୁ ଯାଉଛି। ରିଜର୍ଭ ବ୍ୟାଙ୍କ ଏଥିପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରିବାକୁ ଯାଉଛନ୍ତି। କୃଷକ ଏବଂ ଏମଏସଏମଇକୁ ଋଣ ପାଇଁ ୟୁପିଆଇ ପରି ପ୍ଲାଟଫର୍ମ ଆଣିବାକୁ ଆରବିଆଇ ଚିନ୍ତା କରୁଛି।

ଏହି ପ୍ରସ୍ତାବିତ କ୍ରେଡିଟ୍ ବିତରଣ ପ୍ଲାଟଫର୍ମ ୟୁପିଆଇ ଡିଜିଟାଲ୍ ପେମେଣ୍ଟ ପାଇଁ କାର୍ଯ୍ୟ କରୁଥିବା ପରି କାର୍ଯ୍ୟ କରିବ । ଏହା କୃଷକ ଏବଂ ଏମଏସଏମଇ ପାଇଁ ଋଣ ପ୍ରକ୍ରିୟାକୁ ସରଳ କରିବ। ଆରବିଆଇ ଅନୁସାରେ  ଡିଜିଟାଲ୍ ଇଣ୍ଟରଫେସ୍ ମାଧ୍ୟମରେ ଗ୍ରାହକ ଋଣ ବର୍ତ୍ତମାନ ସାଧାରଣ କାର୍ଯ୍ୟ ପାଲଟିଛି। କିନ୍ତୁ କୃଷକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ପାଇବା ପାଇଁ ବ୍ୟାଙ୍କଗୁଡିକ ବୁଲିବାକୁ  ପଡିବା ସହ ହଇରାଣ ହେବାକୁ ହୋଇଥାଏ।

ଆରବିଆଇ ଅନୁଯାୟୀ, ପ୍ରସ୍ତାବିତ କ୍ରେଡିଟ୍ ପ୍ଲାଟଫର୍ମ କୃଷକ ଏବଂ ଏମ୍ଏସ୍ଏମ୍ଇ ପାଇଁ ଋଣ ପ୍ରକ୍ରିୟାକୁ ସହଜ କରିବ। ବର୍ତ୍ତମାନ କୃଷକମାନଙ୍କୁ କୃଷି ଋଣ କିମ୍ବା କିଷାନ କ୍ରେଡିଟ୍ କାର୍ଡ ପାଇବା ପାଇଁ ବ୍ୟାଙ୍କ ସହିତ ଜମି ରେକର୍ଡ ରଖିବା ବିଭାଗକୁ ଯିବାକୁ ପଡୁଛି। ପ୍ରସ୍ତାବିତ ପ୍ଲାଟଫର୍ମ ସହିତ ଏହି ସମସ୍ତ ସମସ୍ୟାର ସମାଧାନ ହେବ ଏବଂ ଶୀଘ୍ର ଋଣ ପାଇବା ସମ୍ଭବ ହେବ |

ପବ୍ଲିକ ଟେକ ପ୍ଳାଟଫର୍ମ ଫର ଆଇନାନ୍ସିଆଲ କ୍ରେଡିଟ ଅର୍ଥାତ୍ ପିଟିପିଏଫସି ମାଧ୍ୟମରେ ଏହି କାର୍ଯ୍ୟ ସମ୍ଭବ ହୋଇପାରିବ | ଏହି ପ୍ଲାଟଫର୍ମ ବର୍ତ୍ତମାନ କୃଷି ଋଣ, କିଷାନ୍ କ୍ରେଡିଟ୍ କାର୍ଡ, କ୍ଷୁଦ୍ର ଏମ୍ଏସ୍ଏମ୍ଇ ଋଣ ପରି ଉତ୍ପାଦ ଉପରେ କାମ କରୁଛି । ଏହି ପ୍ଲାଟଫର୍ମ ସହିତ ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ ଏବଂ ଷ୍ଟାର୍ଟଅପ୍ ପ୍ରଭୃତିକୁ ସାମିଲ କରାଯାଇପାରିବ । ଏହି ପ୍ଲାଟଫର୍ମ ମାଧ୍ୟମରେ କୃଷି ଏବଂ ଏମଏସଏମଇକୁ ପ୍ରାୟ ୩୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ବଣ୍ଟନ କରାଯାଇଛି।

ଏହା ବ୍ୟତୀତ ରିଜର୍ଭ ବ୍ୟାଙ୍କ ମଧ୍ୟ ପିପିଆଇ ଅର୍ଥାତ୍ ପ୍ରିପେଡ୍ ପେମେଣ୍ଟ ପ୍ରକ୍ରିୟାଗୁଡ଼ିକରେ ଏକ ପରିବର୍ତ୍ତନ କରିଛି। ସେଣ୍ଟ୍ରାଲ ବ୍ୟାଙ୍କ ଅନୁଯାୟୀ, ବର୍ତ୍ତମାନ ପବ୍ଲିକ ଟ୍ରାନ୍ଦପୋର୍ଟ ବ୍ୟବସ୍ଥା ଦ୍ବାରା ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ଅନୁଷ୍ଠାନ ଦ୍ବରା ଜାରି କରାଯାଇଥିବା ପିପିଆଇ ମାଧ୍ୟମରେ ଦେୟ ପ୍ରଦାନ କରାଯାଇପାରିବ। ପବ୍ଲିକ ଟ୍ରାନ୍ଦପୋର୍ଟ ବ୍ୟବହାର କରୁଥିବା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଏକ ବିଜ୍ଞପ୍ତିରେ କହିଉନ୍ତି ବିଭିନ୍ନ ପବ୍ଲିକ ଟ୍ରାନ୍ଦପୋର୍ଟ ବ୍ୟବସ୍ଥାରେ ଦେୟ ପାଇଁ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ସଂସ୍ଥାଗୁଡ଼ିକୁ ପିପିଆଇ ପ୍ରବର୍ତ୍ତନ କରିବାକୁ ଅନୁମତି ଦିଆଯାଇଛି।

ସମ୍ବନ୍ଧିତ ଖବର