ହତ୍ୟା ମାମଲାରେ ବିଚାରପତିଙ୍କ କନ୍ୟା ଗିରଫ

ଚଣ୍ଡିଗଡ଼ : ସାତ ବର୍ଷ ତଳେ ଚଣ୍ଡିଗଡ଼ରେ ହୋଇଥିବା ଜାତୀୟ ସ୍ତରର ସୁଟର ସିପ୍ପି ସିଦ୍ଧୁଙ୍କ ହତ୍ୟା ମାମଲାରେ ଜଣେ ଯୁବତୀ କଲ୍ୟାଣୀ ସିଂଙ୍କୁ ଗିରଫ କରିଛି ସିବିଆଇ । କଲ୍ୟାଣୀ ହିମାଚଳ ପ୍ରଦେଶର କାମଚଳା ମୁଖ୍ୟ ବିଚାରପତିଙ୍କ କନ୍ୟା ବୋଲି ଜଣାପଡ଼ିଛି ।

୨୦୧୫, ସେପ୍ଟେମ୍ବର ୨୦ରେ ଚଣ୍ଡିଗଡ଼ର ଏକ ପାର୍କରେ ସିପ୍ପି ସିଦ୍ଧୁ ଓରଫ ସୁଖମନପ୍ରିତ ସିଂଙ୍କ ମୃତଦେହ ମିଳିଥିଲା । ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ହତ୍ୟା ଘଟଣାରେ କଲ୍ୟାଣୀଙ୍କୁ ପୂର୍ବରୁ ହିଁ ସିବିଆଇ ସଂଦେହ କରୁଥିଲା । ଗୁଳିମାରିଥିବା ଲୋକ ସହିତ ଜଣେ ଯୁବତୀ ଥିବା ଜଣାପଡ଼ିବା ପରେ କଲ୍ୟାଣୀ ସଂଦେହ ଘେରକୁ ଆସିଥିଲେ । ପ୍ରେମ ସଂପର୍କ ପାଇଁ ଏହି ହତ୍ୟାକାଣ୍ଡ କରାଯାଇଥିବା କୁହାଯାଉଛି ।

ଏହି ହତ୍ୟା ହେବାର ବର୍ଷକ ପରେ ଅର୍ଥାତ ୨୦୧୬ରେ ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା । କଲ୍ୟାଣୀ ସଂଦେହ ଘେରକୁ ଆସିବା ପରେ ସିବିଆଇ ପକ୍ଷରୁ ଏକ ସମ୍ବାଦପତ୍ର ବିଜ୍ଞାପନ ଦେଇ କୁହାଯାଇଥିଲା ଯେ “ସିପ୍ପିଙ୍କ ହତ୍ୟାକାରୀ ସହିତ ଜଣେ ମହିଳା ଥିବା ବିଶ୍ବାସ କରାଯାଉଛି । ଏଣୁ ଯଦି ଉକ୍ତ ମହିଳା ନିଜକୁ ନିର୍ଦ୍ଦୋଷ ବୋଲି ଭାବନ୍ତି ତେବେ ସେ ନିଜେ ଆଗକୁ ଆସି ନିଜର ପକ୍ଷ ରଖନ୍ତୁ, ନୋଚେତ ତାଙ୍କୁ ମଧ୍ୟ ହତ୍ୟା ଅଭିଯୁକ୍ତ ଭାବେ ଗ୍ରହଣ କରି ତଦନ୍ତ କରାଯିବ ।“ ଗତ ବର୍ଷ ହତ୍ୟାକାରୀ ସଂପର୍କରେ ସୂଚନା ଦେବା ପାଇଁ ୧୦ ଲକ୍ଷ ଟଙ୍କାର ଘୋଷଣା କରିଥିଲା ସିବିଆଇ ।

ସମ୍ବନ୍ଧିତ ଖବର