୪୨୯ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ହୋଇଥିବା ଧୋକାରେ ଅଭିନେତ୍ରୀରୁ ରାଜନେତ୍ରୀ ବନିିଥିବା ନୁସ୍‌ରତ୍‌  ଜହାଁଙ୍କର ସଂ‌ଯୋଗ ଥିବା ଅଭିଯୋଗ

ମୁମ୍ବାଇ: ଦେଶରେ ରିୟଲ୍‌ ଇ‌ଷ୍ଟେଟ୍‌ ସେକ୍ଟର ଖୁବ୍ ଜୋର୍‌ରେ ବଢ଼ି ବଢ଼ି ଚାଲିଛି। ହେଲେ ଏହାରି ମଧ୍ୟରେ ଏଥିରେ ଟଙ୍କା ଲଗାଇ ଧୋକା ଖାଉଥିବା ଲୋକଙ୍କର ବି ସୀମା ନାହିଁ। ତେବେ ଏହି ଭଳି ଠକାମୀରେ ବଙ୍ଗୀୟ ଫିଲ୍ମ ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସ୍‌ରତ୍‌  ଜହାଁଙ୍କର ବି ସଂଯୋଗ ରହିଥିବା କଥା ଏବେ ସାମ୍ନାକୁ ଆସିଛି

କୋଲକାତାସ୍ଥିତ ୭ ସେନ୍ସ ଇଣ୍ଟର୍‌ନେସ୍‌ନାଲ୍‌ କମ୍ପାନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯାଞ୍ଚ୍‌ ବେଳେ ଟିଏମ୍‌ସି ସାଂସଦ ନୁସ୍‌ରତ୍‌  ଜହାଁଙ୍କ ସଂଯୋଗ ସାମ୍ନାକୁ ଆସିଥିବା ସୂଚନା ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଯାଞ୍ଚ୍‌ ବେଳେ ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ଟିଏମ୍‌ସିର ଲୋକସଭା ସାଂସଦ ନୁସ୍‌ରତଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି।

ବିଜେପି ନେତା ଶୁକଦେବ ପାଣ୍ଡା ଗତ ବୁଧବାର ଇଡି ଅଫିସ୍‌ରେ ଏହି ଅଭିଯୋଗ ଆଣିଛନ୍ତି। ଇଡିରେ ରୁଜୁ କରିଥିବା ନିଜ ଅଭିଯୋଗରେ ଶୁକଦେବ ପାଣ୍ଡା କହିଛନ୍ତି ଯେ ନୁସ୍‌ରତ୍‌  ଜହାଁ କୋଲକାତାସ୍ଥିତ ୭ ସେନ୍ସ ଇଣ୍ଟର୍‌ନେସ୍‌ନାଲ୍‌ କମ୍ପାନିର ଥିବା ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କୁ ଅଲିପୁର କୋର୍ଟରୁ ଏକ ସମନ ବି ମିଳିଛି।

ପାଣ୍ଡା ଦାବିର ସହ କହିଛନ୍ତି କି ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌ର ପ୍ରାୟ ୪୨୯ କର୍ମଚାରୀଙ୍କ କୋଲକାତା ବାହାରେ ଆପାର୍ଟମେଣ୍ଟ୍‌ ଦେବା ବଦଳରେ ଧୋକା ହୋଇଛି। ଘର ଦେବାର ପ୍ରତିଶ୍ରୁତି ସହ କମ୍ପାନି ଡାଉନ୍‌ ପେମେଣ୍ଟ୍‌ ନାମରେ ଲୋକଙ୍କ ନିକଟରୁ ମୋଟା ରକମ ହାତେଇଛି। ତେବେ ଏହିପରି ଏକ ବିରାଟ ବଡ଼ ଠକାମୀରେ ନୁସର୍‌ତ ସାମିଲ୍‌ ଥିବା ସେ କହିଛନ୍ତି।

 

ସମ୍ବନ୍ଧିତ ଖବର