ତୁ ହି ରାମ ହେ, ତୁ ହି ରହିମ ହେ ! ସ୍କୁଲରେ ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିବାରୁ ବଦଳିଲା ପ୍ରାର୍ଥନା

ଗଢ଼ବା: ତୁ ହି ରାମ ହେ, ତୁ ହି ରହିମ ହେ। ସ୍କୁଲରେ ମୁସଲିମ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିବାରୁ ବଦଳିଲା ପ୍ରାର୍ଥନା। ଝାଡଖଣ୍ଡର ଗରୱା ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟରେ ପ୍ରାର୍ଥନାକୁ ନେଇ ବିବାଦ ସାମ୍ନାକୁ ଆସିଛି। ସରକାରୀ ଉନ୍ନୀତ ମାଧ୍ୟମିକ ସ୍କୁଲରେ ପ୍ରାର୍ଥନା କରିବା ସମୟରେ ପିଲାମାନେ ‘ତୁ ହି ରାମ ହେ, ତୁ ହି ରହିମ ହେ’ ପ୍ରାର୍ଥନା ବୋଲୁଥିବା ବେଳେ ହାତ ଯୋଡ଼ିବା ପରିବର୍ତ୍ତେ ହାତ ଛନ୍ଦି ପ୍ରାର୍ଥନା କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।

गढ़वा
aajtak

କୁହାଯାଉଛି ଯେ ଏହି ବିଦ୍ୟାଳୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ପ୍ରାର୍ଥନା ପ୍ରଣାଳୀରେ ଏହି ପରିବର୍ତ୍ତନ ଅଣାଯାଇଥିଲା। ଏହି ବିଦ୍ୟାଳୟରେ ପଢ଼ୁଥିବା ଅଧିକାଂଶ ଛାତ୍ର ମୁସଲମାନ ସମ୍ପ୍ରଦାୟରୁ ଆସିଛନ୍ତି, ତେଣୁ ଅନେକ ବର୍ଷ ଧରି ଏହି ବିଦ୍ୟାଳୟରେ ପ୍ରାର୍ଥନା କରିବା ସମୟରେ ପିଲାମାନେ ହାତ ଯୋଡ଼ିବା ବଦଳରେ ହାତ ଛନ୍ଦି ପ୍ରାର୍ଥନା କରୁଛନ୍ତି। ସ୍ଥାନୀୟ ପ୍ରଶାସନକୁ ଏ ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଶିକ୍ଷା ବିଭାଗର ଏକ ଟିମ୍ ତଦନ୍ତ ପାଇଁ ପହଞ୍ଚିଥିଲେ। ଶିକ୍ଷା ବିଭାଗର ଅଧିକାରୀଙ୍କ ଟିମ ମଙ୍ଗଳବାର ଦିନ ପ୍ରାୟ ପାଞ୍ଚ ଘଣ୍ଟା ବିଦ୍ୟାଳୟରେ ରହି ଘଟଣାର ଅନୁସନ୍ଧାନ କରିଥିଲେ ଯେଉଁଥିରୁ ଜଣାପଡ଼ିଥିଲା ଯେ, ଗତ ୯ ବର୍ଷ ଧରି ଏଠାରେ ଏଭଳି ଚାଲିଛି। ତେବେ, ଏହା କରିବାକୁ କିଏ ଅନୁମତି ଦେଲା କିମ୍ବା କାହାର ଚାପରେ ଏହି ନିୟମ ତିଆରି ହେଲା, ଏ ବିଷୟରେ କାହାଠାରୁ କିଛି ସ୍ପଷ୍ଟ ସୂଚନା ମିଳିଲା ନାହିଁ।

गढ़वा
aajtak

ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୁଗେଶ୍ୱର ରାମ କହିଛନ୍ତି ଯେ ବିଦ୍ୟାଳୟର ଅଧିକାଂଶ ପିଲା ମୁସଲମାନ ସମ୍ପ୍ରଦାୟରୁ ଆସିଛନ୍ତି। ଯେତେବେଳେ ଏଠାରେ ପ୍ରାର୍ଥନା କରାଯାଏ, ଲୋକମାନେ ହାତ ଯୋଡ଼ନ୍ତି ନାହିଁ। ସମସ୍ତେ ହାତ ଛନ୍ଦି ପ୍ରାର୍ଥନା କରନ୍ତି। ମୁଁ ବଦଳାଇବାକୁ ପଦକ୍ଷେପ ନେଇଥିଲି, କିନ୍ତୁ ଲୋକମାନେ ଏଥିରେ ସହମତ ନହେବାରୁ ମୁଁ ଚେଷ୍ଟା କରିବା ଛାଡ଼ିଦେଲି।

ସମ୍ବନ୍ଧିତ ଖବର