ମୋଦୀ ପାଇବେ ପ୍ରଥମ ଲତା ଦୀନନାଥ ମଙ୍ଗେସ୍କର ପୁରସ୍କାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ‘ଲତା ଦୀନାନାଥ ମଙ୍ଗେସ୍‌କର ପୁରସ୍କାର’ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ଏପ୍ରିଲ ୨୪ ତାରିଖରେ ମାଷ୍ଟର ଦୀନାନାଥ ମଙ୍ଗେସ୍‌କରଙ୍କ ୮୦ତମ ତିରୋଧାନ ଦିବସ ଉତ୍ସବରେ ନିଃସ୍ବାର୍ଥପର ଦେଶସେବା ଓ ‌ସମାଜସେବା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ୯୨ ବର୍ଷ ବୟସରେ ପରଲୋକ ଗମନ କରିଥିବା କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସ୍‌କରଙ୍କ ସ୍ମୃତିରେ ମାଷ୍ଟର ଦୀନାନାଥ ମଙ୍ଗେସ୍‌କର ସ୍ମୃତି ପ୍ରତିଷ୍ଠାନ ଦାତବ୍ୟ ନ୍ୟାସ ପକ୍ଷରୁ ପ୍ରତିବର୍ଷ ଏହି ପୁରସ୍କାର ଦିଆଯିବ। ଲତା ଦୀନାନାଥ ମଙ୍ଗେସ୍‌କର ପୁରସ୍କାର ପ୍ରତିବର୍ଷ କେବଳ ଜଣେ ବ୍ୟକ୍ତିଙ୍କୁ ଦିଆଯିବ। ଏହି ପୁରସ୍କାର ସେହିମାନଙ୍କୁ ଦିଆଯିବ, ଯେଉଁମାନେ ରାଷ୍ଟ୍ର ଏବଂ ସମାଜର ପଥପ୍ରଦର୍ଶକ ହୋଇଥିବେ ଏବଂ ସମାଜ କଲ୍ୟାଣରେ ଅତୁଳନୀୟ ଅବଦାନ ଥିବ।
ମଙ୍ଗେସକର ପରିବାର ପକ୍ଷରୁ କୁହାଯାଇଛି ଖ୍ୟାତନାମା ଅଭିନେତ୍ରୀ ଆଶା ପରେଖ ଏବଂ ଜ୍ୟାକି ସ୍ରଫ୍‌ଙ୍କୁ ସିନେମା କ୍ଷେତ୍ରରେ ସମର୍ପିତ ସେବାପାଇଁ ମାଷ୍ଟର ଦୀନାନାଥ ପୁରସ୍କାର (ବିଶେଷ ସମ୍ମାନ) ଦିଆଯିବ।

ସମ୍ବନ୍ଧିତ ଖବର