ଉତ୍ତରପ୍ରଦେଶରେ ଅଭାବନୀୟ କାଣ୍ଡ, ଜମାତ୍‌ ବିରୋଧୀ ମନ୍ତବ୍ୟ ପାଇଁ ଯୁବକଙ୍କୁ ଗୁଳି କରି ହତ୍ୟା

ଲକ୍ଷ୍ନୌ: ଏକ ଅଭାବନୀୟ ଘଟଣାକ୍ରମରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଜଣେ ଯୁବକଙ୍କୁ ତାଙ୍କ ଘର ଆଗରେ ଗୁଳି କରି ହତ୍ୟା କରାଯାଇଛି। ଦେଶରେ ତବ୍‌ଲିଗି ଜମାତ୍ ପାଇଁ ଭାଇରସ୍‌ ବ୍ୟାପୁଥିବା ନେଇ ସେ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ହତ୍ୟା କରାଯାଇଛି। ପ୍ରୟାଗରାଜ ଜିଲ୍ଲାର କରେଲିରେ ଏହି ଘଟଣା ଘଟିଛି। ଏହି ହତ୍ୟା ମାମଲାରେ ଅଭିଯୁକ୍ତମାନେ ଧରା ପଡ଼ିଛନ୍ତି। ଅଭିଯୁକ୍ତ ସମେତ ୨ ଜଣ ଉକ୍ତ ମାମଲାରେ ଗିରଫ ହୋଇଛନ୍ତି। ପୁଲିସ ଅନୁଯାୟୀ ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ କିଛି ବ୍ୟକ୍ତିଙ୍କୁ କହିଥିଲେ ଯେ, ଜମାତୀଙ୍କ ପାଇଁ ଦେଶରେ ଭାଇରସ୍‌ ବ୍ୟାପୁଛି। ସେମାନଙ୍କ ମଧ୍ୟରୁ ଜଣେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ। ସେ କିଛି ଲୋକଙ୍କ ସହ ଆସି ଉକ୍ତ ଯୁବକଙ୍କୁ ଗୁଳି ଚାଳନା କରିଥିଲା। ଯୁବକ ଜଣଙ୍କ ତାଙ୍କ ଘର ବାହାରେ ଠିଆ ହୋଇଥିବାବେଳେ ତାଙ୍କ ଉପରକୁ ଗୁଳି ଚାଳନା ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିଦ୍ୟନାଥ ଅଭିଯୁକ୍ତ ବିରୋଧରେ ଏନ୍‌ଏସଏ ଅଧୀନରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ସେ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର