ଦିଲ୍ଲୀର ଯମୁନା କୂଳକୁ ସ୍ୱଚ୍ଛ କରିବାର ଦାୟିତ୍ୱ ନେଇଛନ୍ତି ଜଣେ ଖବରକାଗଜ ହକର୍‌

ନୂଆଦିଲ୍ଲୀ: ଦିଲ୍ଲୀର ଯମୁନା ନଦୀର କଳା ପାଣିକୁ ପିଇବା ପାଇଁ ଅନୁପଯୋଗୀ ଘୋଷଣା କରାଯାଇଛି। କେବଳ ପିଇବା ନୁହେଁ, ଏହା ଗାଧୋଇବା ଉପଯୋଗୀ ବି ନୁହେଁ ବୋଲି ଘୋଷଣା ହୋଇଛି। ଭବିଷ୍ୟତରେ ଏହି ନଦୀର ପାଣିକୁ ପିଇବା ଓ ଗାଧୋଇବା ଉପଯୋଗୀ କରିବା ପାଇଁ ୬୫ ବର୍ଷିଅ ଖବରକାଗଜ ହକର୍‌ ଅଶୋକ ଉପାଧେୟ ଦାୟିତ୍ୱ ବହନ କରିଥିବା ସୂଚନା ରହିଛି।

ଯମୁନା ନଦୀଙ୍କୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଅଶୋକ ପ୍ରତି ମାସର ଶେଷ ରବିବାର ନଦୀ କୂଳରେ ପହଞ୍ଚି ସଫେଇ କାର୍ଯ୍ୟ କରିଥାନ୍ତି। ତାଙ୍କୁ ତାଙ୍କର ଏହି କାମରେ ଆହୁରି ୧୦୦ଟି ଖବରକାଗଜର ହକର୍‌ ସାହାଯ୍ୟ କରିଥାନ୍ତି।

ଅଶୋକ ଗତ ବର୍ଷ ଅକ୍ଟୋବରରେ ‘ମା ଶ୍ରୀ ଯମୁନା ସେବା ସମିତି’ ନାମରେ ଏକ ସ୍ୱେଚ୍ଛାସେବୀ ଗ୍ରୁପ୍‌ ଗଠନ କରିଥିଲେ। ଖାଲି ସେତିକି ନୁହେଁ, ନଦୀ କୂଳକୁ ସବୁଜ ରଖିବା ପାଇଁ ସେ ଛୋଟ ଛୋଟ ଚାରା ରୋପଣ କରୁଥିବା ବି ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର