ଇସ୍‌ଲାମାବାଦ୍‌ରେ ଭାରତୀୟ ହାଇକମିସନ୍‌ ଆୟୋଜିତ ଇଫ୍‌ତାର୍‌ ଅତିଥିମାନଙ୍କୁ ହଇରାଣ କଲେ ପାକିସ୍ତାନୀ ନିରାପତ୍ତା ଅଧିକାରୀ

ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ଇସ୍‌ଲାମାବାଦସ୍ଥିତ ଭାରତୀୟ ହାଇକମିସନ୍‌ ଦ୍ୱାରା ଆୟୋଜିତ ଇଫ୍‌ତାର୍‌କୁ ଆସିଥିବା ଭାରତୀୟ କୂଟନୀତିଜ୍ଞମାନଙ୍କୁ ହଇରାଣ କରାଯିବା ସହ ଠେଲାପେଲା କରାଯାଇଥିବା କଥା କୁହାଯାଉଛି।

ଖବର ମିଳିଛି ଯେ ପାକିସ୍ତାନୀ ନିରାପତ୍ତା ଅଧିକାରୀମାନେ ସେମାନଙ୍କ ସହ ଦୁର୍ବ୍ୟବହାର କରିଥିଲେ ଏବଂ କେତେଜଣଙ୍କୁ ଫେରି ଯିବାକୁ ବାଧ୍ୟ କରିଥିଲେ। ପାକିସ୍ତାନୀ ନିରାପତ୍ତା ଅଧିକାରୀମାନେ ସେମାନଙ୍କର କାର୍‌ଗୁଡ଼ିକୁ ମଧ୍ୟ ଉଠାଇ ନେଇ ଥିଲେ।

ଆମନ୍ତ୍ରିତ ଅତିଥିମାନଙ୍କୁ ହଇରାଣ କରାଯିବାରୁ ମୋଟାମୋଟି ଇସ୍‌ଲାମାବାଦ୍‌ସ୍ଥିତ ସେରେନା ହୋଟେଲ୍‌ରେ ଆୟୋଜିତ ଇଫ୍‌ତାର୍‌ରେ ଖୁବ୍‌ ସ୍ୱଳ୍ପ ଅତିଥି ହୋଇଥିଲେ।

କାର୍ଯ୍ୟକ୍ରମରେ ଭାରତୀୟ ହାଇକମିସନର୍‌ ଅଜୟ ବିସାରିଆ କହିଲେ, ମାତ୍ରାଧିକ ଯାଞ୍ଚ କରାଯାଇଥିବା ମୋର ବନ୍ଧୁମାନଙ୍କ ନିକଟରେ ମୁଁ କ୍ଷମାପ୍ରାର୍ଥୀ।

ନିକଟରେ ନୂଆଦିଲ୍ଲୀରେ ଶାସନଭାର ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ନୂତନ ସରକାରଙ୍କ ପ୍ରସଙ୍ଗରେ ମଧ୍ୟ ଭାରତୀୟ ଦୂତ କହିଥିଲେ।

୧୨ ବର୍ଷ ତଳୁ ଭାରତୀୟ ହାଇକମିସନ୍‌ର ସିବି ଜର୍ଜ ଇସ୍‌ଲାମାବାଦ୍‌ରେ ଇଫ୍‌ତାର୍‌ ପରମ୍ପରା ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର